୬୪ ବର୍ଷ ପରେ ଗୁଜରାଟରେ କଂଗ୍ରେସର ୮୪ ତମ ମହାଅଧିବେଶନ

0

ନୂଆଦିଲ୍ଲୀ, ୦୮/୦୪ : ଆଜି ଗୁଜରାଟର ଅହମ୍ମଦାବାଦରେ ଆରମ୍ଭ ହୋଇଛି କଂଗ୍ରେସର ୮୪ ତମ ଅଧିବେଶନ । ଦୁଇଦିନିଆ ଅଧିବେଶନରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଭାରୀ, ପ୍ରଦେଶ ଅଧ୍ୟକ୍ଷ, ଓ ବିରୋଧୀଦଳର ନେତାଙ୍କ ସହ ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ଅଧିବେଶନ ଆରମ୍ଭରେ ଦଳର କାର୍ଯ୍ୟକାରୀ କମିଟି ବୈଠକ ଆରମ୍ଭ ହୋଇଛି । ଏହି ଅଧିବେଶନରେ ୨୦୨୭ ରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବ । ଏହାସହ ସମ୍ବିଧାନ ବଞ୍ଚାଅ ନାମକ ଏକ ଅଭିଯାନ ଅହମ୍ମଦାବାଦରୁ ଆରମ୍ଭ ହେବ । ବୈଠକରେ ସଂଗଠନ ବାବଦରେ ଚର୍ଚ୍ଚା ହେଉଛି । ଏହାସହ ନିର୍ବାଚନ ରଣନୀତି ଓ ନୀତି ଉପରେ ବିଚାର ବିମର୍ଷ କରାଯିବ । ସେପଟେ ୨୦୨୭ ରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରାରମ୍ଭିକ ରୋଡ୍ ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ଆଲୋଚନା ହେଉଛି । ଏହାପରେ ସନ୍ଧ୍ୟା ୫ଟାରେ ସାବରମତୀ ଆଶ୍ରମରେ ଏକ ପ୍ରାର୍ଥନା କାର୍ଯ୍ୟକ୍ରମ ହେବ, ୭.୪୫ ରେ ସାବରମତି ରିଭରଫଣ୍ଟ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ୬୪ ବର୍ଷ ପରେ କଂଗ୍ରେସ ଗୁଜରାଟରେ ମହାଧିବେଶନର ଆୟୋଜନ କରାଯାଇଛି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ୧୯୬୧ ମସିହାରେ ଭାବନଗରରେ ଦଳର ମହାଧିବେଶନ ହୋଇଥିଲା ।

Leave A Reply

Your email address will not be published.