ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ ଥର ଲାଗିବ AI କ୍ୟାମେରା

ଭୁବନେଶ୍ୱର, ୧୬/୦୬ : ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ ଥର ଲାଗିବ ଏଆଇ କ୍ୟାମେରା । ଏ ନେଇ ଭୁବନେଶ୍ବର ଡିଜିପି କ୍ୟାମ୍ପ୍ ଅଫିସ୍‌ରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ସବୁଠାରୁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପୁରୀରେ ଏଆଇ ଯୁକ୍ତ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିବ। ପୁରୀରେ ସୁରକ୍ଷାକୁ କଡ଼ାକଡି ପାଇଁ ଡ୍ରୋନ ଓ ଆଣ୍ଟି ଡ୍ରୋନ ମୁତୟନ ହେବ। ସ୍ପେଶଲ୍ ଟାକଟିକଲ ୟୁନିଟ STU ମୁତୟନ ହେବ। ସେହିପରି ସ୍ୱତନ୍ତ୍ର ବୁଲେଟ ପ୍ରୁଫ ରକ୍ଷକ ମୁତୟନ ହେବ । ସବୁ ଏଜେନ୍ସିରୁ ଇନ୍ ପୁଟ ନେଇ ସୁରକ୍ଷା ବ୍ୟବସ୍ଥା ସହିତ ପୋଲିସ ମୁତୟନ ଚୁଡାନ୍ତ କରାଯାଇଛି। ରଥଯାତ୍ରା ପାଇଁ ଆପ୍ କରାଯିବ । ଆପ୍ ଜରିଆରେ ପାର୍କିଂ, ବଡ଼ଦାଣ୍ଡକୁ ରାସ୍ତା, ଭିଡ଼ ବିଷୟରେ ସମସ୍ତ ତଥ୍ୟ ପାଇପାରିବେ ଭକ୍ତ । ସେହିଭଳି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆପ୍ କରାଯିବ । ଭିଡ ନିୟନ୍ତ୍ରଣ ଏବଂ ଦଳାଚକଟା ଅଘଟଣ ରୋକିବାକୁ ଏହି ଆପ୍ ସାହାଯ୍ୟ କରିବ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି ।