ଚାକିରି ଛଡାଇ ନେବ AI, ଚାଷ କରିବେ ଲୋକେ : ଏଲନ ମସ୍କ

ନୂଆଦିଲ୍ଲୀ,୨୩/୧୦ : ଚାକିରି ଛଡ଼ାଇ ନେବ ଏଆଇ। ଚାଷ କରିବେ ଲୋକେ। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲାର ସିଇଓ ଏଲନ ମସ୍କ ଏଭଳି ବଡ଼ ଦାବି କରିଛନ୍ତି। AIକୁ ନେଇ ମସ୍କ କରିଥିବା ଦାବି ଏବେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ତାଙ୍କ କହିବା ମୁତାବକ, AI ଭବିଷ୍ୟତରେ ସମସ୍ତଙ୍କ ଚାକିରି ନେଇଯିବ। ଏହା ପରେ ଲୋକମାନେ ଧାନ ଚାଷ ଏବଂ ପନିପରିବା ଚାଷ କରିବା ଭଳି କାମ କରିବାକୁ ସମୟ ପାଇବେ।

ସୂଚନା ମୁତାବକ, Xରେ ଜଣେ ବ୍ୟବହାରକାରୀ ପୋଷ୍ଟ କରି ସେଥିରେ ଲେଖିଥିଲେ ଯେ, ଆଗାମୀ ଦିନରେ Amazon ୬୦ହଜାର ଲୋକଙ୍କୁ ଚାକିରିରୁ ବାହାର କରିବାକୁ ଯାଉଛି। ଏହା ବଦଳରେ, କମ୍ପାନି AI ଏବଂ ରୋବୋଟକୁ ଚାକିରି ଦେବ। ଏଲନ ମସ୍କ ଏହି ପୋଷ୍ଟରେ ଉତ୍ତର ଦେଇ ଲେଖିଛନ୍ତି ଯେ, ଆଗାମୀ ଦିନରେ AI ଏବଂ ରୋବୋଟ ସମସ୍ତଙ୍କ ଚାକିରି ଛଡ଼ାଇ ନେବ।

AIକୁ ନେଇ କେବଳ ମସ୍କ ନୁହଁନ୍ତି, ଅନ୍ୟମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି।

ଜେଫ୍ରି ହିଣ୍ଟନ୍: ଏଆଇର ଗଡଫାଦର ଭାବରେ ଜଣାଶୁଣା ଜେଫ୍ରି ହିଣ୍ଟନ୍ ମଧ୍ୟ କହିଛନ୍ତି ଯେ, AIରେ ବିପଦ ନିଶ୍ଚୟ ଅଛି। AI ଖୁବ୍ ଶୀଘ୍ର ମଣିଷ ଅପେକ୍ଷା ଅଧିକ ବୁଦ୍ଧିମାନ ହେବ ଏବଂ ଏହା ଅନେକ ଲୋକଙ୍କ ଚାକିରି ଖାଇଯିବ।

ବିଲ୍ ଗେଟ୍ସ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ କହିଛନ୍ତି ଯେ, AI କିଛି ସମୟ ପାଇଁ ଚାକିରି ଛଡ଼ାଇ ନେବ। ତଥାପି, ସେ ବିଶ୍ୱାସ କରୁଛନ୍ତି ଯେ, ଲୋକଙ୍କ ପାଇଁ ନୂତନ ପ୍ରକାରର କାମ ମଧ୍ୟ ସୃଷ୍ଟି ହେବ।

SBI_Festive_Digital Billboard