ନୂଆଦିଲ୍ଲୀ, ୩/୬: କଂଗ୍ରେସ ଦଳ ପକ୍ଷରୁ ୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଯଇଛି । ଏହି କ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ମିଳିଲା ଗୁରୁ ଦ୍ୱାୟିତ୍ୱ । ସପ୍ତଗିରିଙ୍କୁ ଛତିଶଗଡ଼ର ପ୍ରଭାରୀ ଭାବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଯୁକ୍ତ ଦେଇଛନ୍ତି । ଏଥି ସହ ତାଙ୍କୁ ଦଳର ରାଷ୍ଟ୍ରୀୟ ସଂପାଦକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି ।