ଭୁବନେଶ୍ୱର, ୧/୧୨ : ଆଜି ଇଏସ୍ଆଇ ହସ୍ପିଟାଲ, ଭୁବନେଶ୍ୱରରେ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ହସ୍ପିଟାଲ୍ର ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ସାହୁ, ଏଡସ୍ ବିଭାଗରେ କାର୍ଯ୍ୟରତ ଏଡସ୍ କାଉନ୍ସେଲର ଏବଂ ଏଡସ୍ ସୁପରଭାଇଜରଙ୍କ ସମେତ ଅନ୍ୟ ପାରାମେଡିକାଲ ଷ୍ଟାଫମାନଙ୍କ ଉପସ୍ଥିତିରେ ଏହି ଦିବସର ତାତ୍ପର୍ଯ୍ୟ ଏବଂ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ହସ୍ପିଟାଲରେ ଗତବର୍ଷ ଆଜିର ଦିନଠାରୁ ଏପର୍ଯ୍ୟନ୍ତ ୬୨୮୪ ଜଣ ରୋଗୀମାନଙ୍କୁ ଏଡସ୍ ଟେଷ୍ଟିଙ୍ଗ ଏବଂ କାଉନ୍ସେଲିଙ୍ଗ କରାଯାଇଛି । ତା’ମଧ୍ୟରୁ ମାତ୍ର ୨୯ ଜଣ ରୋଗୀ ଏଡସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ବର୍ତ୍ତମାନ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି । ଏଡସ୍ ପରି ଏକ ମହାମାରୀ ରୋଗ ଯାହାରକି କୌଣସି ଟିକା ବ୍ୟବସ୍ଥା ନାହିଁ, ସେହି ରୋଗରୁ କିପରି ନିଜକୁ ନିବୃତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । କୋଭିଡ୍-୧୯ର ନିୟମ ଓ ସର୍ତ୍ତାବଳୀକୁ ପାଳନ କରାଯାଇ ଏହି ବିଶ୍ୱ ଏଡସ୍ ଦିବସର ପାଳନ କରାଯାଇଥିଲା । ହସ୍ପିଟାଲର ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ସାହୁ, ହସ୍ପିଟାଲର ଏଡସ୍ ବିଭାଗର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରି ଏହାକୁ ଆହୁରି କିପରି ଲୋକଦୃତ କରିହେବ ସେ ସମ୍ପର୍କରେ ବିଭାଗର କର୍ମକର୍ତ୍ତାମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ।