କଲମ୍ବିଆ,୨୩/୩ : କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ଖବର ସଂସ୍ଥା ରିପୋର୍ଟ ଅନୁଯାୟୀ, ବିମାନଟି ୧୧୦ ଜଣ ସୈନିକଙ୍କୁ ନେଇ ଯାତ୍ରା କରୁଥିଲା। କଲମ୍ବିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ରିପୋର୍ଟ କରିଛି ଯେ ଦେଶର ଦକ୍ଷିଣ ଭାଗରେ ଏକ ଲକହିଡ ମାର୍ଟିନ (ଏଲ ଏମଟି,ଏନ) ହର୍କୁଲେସ ସି-୧୩୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନା ଅନୁଯାୟୀ, ବିମାନଟି ପେରୁ ସୀମାବର୍ତ୍ତୀ କଲମ୍ବିଆର ଦକ୍ଷିଣ ଆମାଜନ ଅଞ୍ଚଳରେ ଅବସ୍ଥିତ ପୁଏର୍ଟୋ ଲେଗୁଇଜାମୋରୁ ଉଡ଼ାଣ ଭରିଥିଲା। ତେବେ ଉଡାଣ ଭରିବାର କିଚଇ ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛଇ। ତେବେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଠିକ ସଂଖ୍ୟା ଏବଂ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।