ଭୁବନେଶ୍ବର ୨୫/୧୦: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଡିଜିଏମ ଗିରଫ। ଏୟାର ହୋଷ୍ଟେସଙ୍କ ସହ ୪ ବର୍ଷ ହେବ ସମ୍ପର୍କରେ ଥିଲେ। ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଖାଲି ଏତିକି ନୁହେଁ ଶାରୀରିକ ସମ୍ପର୍କ ରଖି ଗର୍ଭପାତ କରାଇଥିଲେ। ଏନେଇ ପୀଡ଼ିତା ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ଏଭଳି ସଙ୍ଗୀନ ମାମଲା ରୁଜୁ କରିବା ପରେ ଆକ୍ସନ୍ ମୋଡକୁ ଆସିଲା ପୁଲିସ। ଏହା ପରେ ଏୟାରପୋର୍ଟ ଡିଜିଏମ (ଅପରେସନ) ଉମାକାନ୍ତ ପଟେଲଙ୍କୁ ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା କରିବା ପରେ କୋର୍ଟ ଚାଲଣ କରାଯିବ ବୋଲି ସୂଚନା ମିଳିଛି।
