ମୁମ୍ବାଇ, ୨/୯ : ଏକ ରିପୋର୍ଟ ଅନୁଯାୟୀ, ଅଜୟ ଦେବଗନ ଏକ ସୁପରହିଟ୍ ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଅଭିନୟ କରିବେ। ଯଦି ଏହି ପ୍ରୋଜେକ୍ଟ ବାସ୍ତବ ରୂପ ଧାରଣ କରେ, ତେବେ ଅଜୟଙ୍କ ବିପକ୍ଷରେ ହିରୋ ଭାବରେ କିଏ ଆସିବ ତାହା ଦେଖିବା ମଜାଦାର ହେବ | ଏହି ଫିଲ୍ମ ସୁପରହୀରୋ ଉପରେ ଆଧାରିତ ହେବ। ଏଥିସହ କୁହାଯାଇଛି ଯେ ଏହି ଚଳଚ୍ଚିତ୍ରରେ ଅଜୟଙ୍କ ଭୂମିକା ହିରୋଙ୍କ ତୁଳନାରେ ଅଧିକ କେନ୍ଦ୍ରୀୟ ହେବ ଏବଂ ଏହି କାରଣରୁ ଅଜୟ ଏହି ପ୍ରକଳ୍ପକୁ ହଁ କହିଛନ୍ତି।
ଏହି ସୁପରହୀରୋ ସାମନାରେ ଭିଲେନ୍ ମଧ୍ୟ ଦମଦାର ଏବଂ ଏଥିପାଇଁ ଅଜୟ ଦେବଗନଙ୍କୁ ଏହି ଫିଲ୍ମ ଅଫର ହୋଇଛି। ଅଜୟ ଏହି ଫିଲ୍ମ ସାଇନ୍ କରି ନେଇଛନ୍ତି। ଅଜୟଙ୍କ ଭୂମିକା ହୀରୋଠୁ ମଧ୍ୟ ବଡ଼ ହେବ,ଏଥିପାଇଁ ଏହି ଫିଲ୍ମ ଅଜୟ ସାଇନ୍ କରିଛନ୍ତି।ଏହି ଫିଲ୍ମ କିଛି ଦିନ ପରେ ଘୋଷଣା ହେବ।
ଏବେ ଅଜୟ ଦେବଗନ ନିଜ ପ୍ରଡକ୍ସନ ହାଉସ୍ ତରଫରୁ ୨ଟି ସ୍କ୍ରିପ୍ଟରେ କାମ କରୁଛନ୍ତି। ଏଥିପାଇଁ ସେ ନିଜ ଆଗାମୀ ଫିଲ୍ମର ପୋଷ୍ଟ-ପ୍ରଡକ୍ସନ କାମରେ ବ୍ୟସ୍ତ ଅଛନ୍ତି। ଗତ ଥର ଅଜୟ ଦେବଗନ ଫିଲ୍ମ ତାନାଜୀ ଦ ଅନସଙ୍ଗ୍ ଓ୍ବାରିୟରରେ ନଜର ଆସିଥିଲେ। ଏଥିରେ ତାଙ୍କ ବିପକ୍ଷରେ କାଜୋଲ୍ କାମ କରିଥିଲେ।