ମେଷ : କର୍ମକ୍ଷେତ୍ରରେ ଆଗେଇବେ। ସୁସ୍ଥ, ନିରାମୟ ଜୀବନଯାପନ କରିପାରନ୍ତି। ସୁଖରେ ଦିନଟି ଅତିବାହିତ ହୋଇପାରେ। ମନୋବଳ ଦୃଢ଼ ରହିବ। ମନ ପ୍ରସନ୍ନ ରହିବ। ପଢ଼ାରେ ଆଗେଇବେ। ଯାନବାହନରେ ସତର୍କ ହେବେ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ବୃଷ : ମାନସିକ ଶାନ୍ତି ମିଳିବ। ସମସ୍ୟାର ସୁ ସମାଧାନ କରି ଆଗକୁ ବଢ଼ିବେ। ଲୋକସଂପର୍କ ବୃଦ୍ଧି ପାଇବ। ସୁସ୍ଥ, ନିରାମୟ ରହିବେ। ବ୍ୟବସାୟ ଲାଭ ଯୁକ୍ତ ହେବ। ସେବକ ମନୋଭାବାପନ୍ନ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଗ୍ରହଣ ଯୋଗ୍ୟ ହେବ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ମିଥୁନ : ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି। ଆୟ ବ୍ୟୟ ପ୍ରାୟ ସମାନ ରହିବ।ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ସୁସ୍ଥ ରହିବେ। ଆଶାବାଦୀ ହେବେ। ପଢ଼ାରେ ଆଗେଇବେ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
କର୍କଟ : ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ନିଜକୁ ଅସହାୟ ମନେ କରିପାରନ୍ତି। ଶୁଭେଚ୍ଛୁମାନଙ୍କ ଦ୍ବାରା ଉପକୃତ ହେବେ। ସରକାରୀ କୃପା ଲାଭ କରିପାରନ୍ତି। ସନ୍ତାନ ସୁଖ ମିଳିବ। ପଢ଼ାରେ ମନଯୋଗୀ ହେବେ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ସିଂହ : ଆୟ ହଠାତ୍ କମି ଯାଇପାରେ । ବ୍ୟବସାୟରେ ଆଗେଇବେ । ଧୀର-ମନ୍ଥର ଗତିରେ କାର୍ଯ୍ୟ ଚାଲିବ। ଯାତ୍ରା ସ୍ଥଗିତ ରଖିପାରନ୍ତି। କୃଷି କାର୍ଯ୍ୟ ତ୍ବରାନ୍ବିତ କରିବେ। ଗୃହ ପରିବେଶ ସ୍ବାସ୍ଥ୍ୟ ଉପଯୋଗୀ ହେବ। ପଢ଼ାରେ ଶୁଭଫଳ ମିଳିବ। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
କନ୍ୟା : ସୁସ୍ଥ ରହିବେ। ମନୋବଳ ବୃଦ୍ଧି ପାଇବ। କର୍ମଚଞ୍ଚଳ ରହିବେ। କାର୍ଯ୍ୟରେ ଉତ୍ସାହିତ ହୋଇ ଆଗକୁ ବଢ଼ିବେ। ବ୍ୟବସାୟ ଲାଭଜନକ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜନସମର୍ଥନ ମିଳିବ। ସାହସୀ ହେବେ। ପଢ଼ାରେ ଉଚ୍ଚ ଶିକ୍ଷା ଯୋଗ ଅଛି। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ତୁଳା : ଆୟ କ୍ରମେ ବଢ଼ିବ। ଋଣ ପରିଶୋଧ କରିପାରନ୍ତି। କର୍ମକ୍ଷେତ୍ର ଉଳମୟ କରିପାରନ୍ତି। ଭାଗ୍ୟଶାଳୀ ହେବେ।ଚାକିରି କ୍ଷେତ୍ରରେ ମନ ପ୍ରସନ୍ନ ରହିବ। ସମ୍ମାନିତ ହେବେ। ଚିନ୍ତାଧାରା ମହତ ହେବ। ପଢ଼ାରେ କୃତକାର୍ଯ୍ୟ ହେବେ। ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।
ବିଛା : ବ୍ୟବସାୟରେ ମଧ୍ୟମ ଫଳ ମିଳିବ। ନୂତନ ନିଯୁକ୍ତିର ସୂଚନା ମିଳୁଛି। ଆୟ-ବ୍ୟୟ ସମାନ୍ତରାଳ ଭାବରେ ଗତି କରିପାରେ। କର୍ମରେ ସଫଳତା ମିଳିବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରୀତି ଭୋଜନ ମିଳିବ। ପଢ଼ାରେ ଶୁଭଫଳ ମିଳିବ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
ଧନୁ : ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟରେ ଲାଭ-କ୍ଷତି ପ୍ରାୟ ସମାନ ହେବ। ଖର୍ଚ୍ଚାନ୍ତ ହେବା ଆଶା କରାଯାଏ । ସର୍ବଦା କାର୍ଯ୍ୟ ବ୍ୟସ୍ତ ରହିବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ। ସୁଭାଷୀ ହେବେ। ପଢ଼ାରେ ମନଯୋଗୀ ହେବେ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ମକର : ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଜନସମର୍ଥନ ପାଇ ଖୁସି ହେବେ। ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣରୂପ-ରେଖ ଦେବାରେ ସକ୍ଷମ ହେବେ। ସୁସ୍ଥ ଓ ନିରାମୟ ରହିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଆୟ ହେବ। ପଢ଼ାରେ ଆଗେଇବେ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
କୁମ୍ଭ : ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ଆଶା ଫଳବତୀ ହେବ। ସୁସ୍ଥ ରହିବେ। ମନୋବଳ ଦୃଢ଼ ରହିବ। ଆୟ ମଧ୍ୟମ ଧରଣର ହେବ। ଶ୍ରମ ସାର୍ଥକ ହେବ। ବନ୍ଧୁ ମିଳନ ଘଟିପାରେ। ପଢ଼ାରେ କୃତକାର୍ଯ୍ୟ ହେବେ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ମୀନ : କର୍ମ ତତ୍ପରତା ପ୍ରକାଶ ପାଇବ। ବିଭିନ୍ନ ସ୍ତରରୁ ସାହାଯ୍ୟ-ସହଯୋଗ ପାଇ ଆଗେଇବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଚାକିରିରେ ମନପ୍ରସନ୍ନ ରହିବ। ନୀତିନିଷ୍ଠ ହେବେ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।