ମେଷ – କାର୍ଯ୍ୟ ବ୍ୟସ୍ତ ରହିବେ । ବ୍ୟବସାୟୀରେ ସ୍ୱାଭିମାନୀ ହେବେ । କାର୍ଯ୍ୟ ହାସଲ କରିବାକୁ ହେଲେ ଶକ୍ତି ପ୍ରୟୋଗ କରିବାକୁ ପଡିବ । ଯଶସ୍ୱୀ ହେବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ମେରନ୍ । ଶୁଭ ଅଙ୍କ ୫ ।
ବୃଷ – କାର୍ଯ୍ୟରେ ସଫଳତା ମିଳିବ। ଦ୍ୱାଦଶାଧିପ ରବି ଓ ବୁଧଙ୍କୁ ଦେଖୁଥିବାରୁ ବୟସ୍କ ବ୍ୟକ୍ତିଙ୍କ ସକାଶେ ଖର୍ଚ୍ଚାନ୍ତ ହେବେ। ବନ୍ଧୁ ପରାମର୍ଶରେ କାର୍ଯ୍ୟରେ ରୁଚି ବଢିବ।ବ୍ୟବସାୟୀରେ ଲାଭବାନ ହେବେ । ଗୃହିଣୀ ମିତ୍ର ସୁଖ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧।
ମିଥୁନ – ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ । ଶୁକ୍ରଙ୍କ ପ୍ରଭାବରୁ ବିଳାସବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବ । ନୂତନ ପ୍ରକଳ୍ପକାର୍ଯ୍ୟ, ଆନୁଷ୍ଠାନିକ କାମ, ପ୍ରଶାସକ ଓ ପ୍ରକାଶନ କ୍ଷେତ୍ରରେ ଶୁଭ ଫଳ ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
କର୍କଟ – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ । ଅଷ୍ଟମଚନ୍ଦ୍ର ଯୋଗୁ ଅନ୍ୟମାନଙ୍କ କଥାରେ ପଡି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । କିଛି ମୂଲ୍ୟବାନ ଜିନିଷ କିଣିବା ସକାଶେ ଅର୍ଥ ଆବଶ୍ୟକ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।
ସିଂହ – ସମ୍ମାନିତ ହେବେ । ବ୍ୟବସାୟୀରେ ସଫଳତା ମିଳିବ । ଗ୍ରହସ୍ଥିତିର ସୁଫଳ ଆଜିର ଯାତ୍ରାରେ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ କରିବେ । ପାରିବାରିକ ସମସ୍ୟାର ସମାଧାନ କରିବା ଦିଗରେ ଜଣେ ବନ୍ଧୁଙ୍କ ସାହାର୍ଯ୍ୟ କାମକୁ ଆସିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
କନ୍ୟା – ବ୍ୟବସାୟୀରେ ଅର୍ଥ ଲାଭ ହେବ । କାର୍ଯ୍ୟ ବ୍ୟସ୍ତ ରହିବେ । ବନ୍ଧୁଙ୍କ ପରାମର୍ଶରେ ଋଣ ସୂତ୍ରରେ ଅର୍ଥ ପାଇବା ସକାଶେ ଯୋଜନା କରିପାରନ୍ତି । ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ବଢିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ତୁଳା – ପରୋକ୍ଷ ଶତ୍ରୁତାଜନିତ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସମାନା କରିବାକୁ ପଡିପାରେ । ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ଗୃହିଣୀମାନେ ଧାର୍ମିକ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
ବିଛା – ହାତକୁ ଆସୁଥିବା ଡିଲ୍, ପଳେଇ ଯାଇପାରେ । କାର୍ଯ୍ୟ ତତ୍ପର ରହିବେ । ଶନିକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମନ ଅସ୍ଥିର ରହିବ ଏବଂ କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ଯୋଗ ରହିଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।
ଧନୁ – ଉନ୍ନତିର ମାର୍ଗ ମିଳିବ । ସଦ୍ବ୍ୟବହାର କରନ୍ତୁ । ସରକାରୀ କାମରେ ସହ-ଯୋଗ କରି ପଦସ୍ଥବ୍ୟକ୍ତିଙ୍କ ସୁନଜରରେ ଆସିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରିଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।
ମକର – ସୁରୁଖୁରୁରେ କାର୍ଯ୍ୟ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ । ସଜାଗ ରହି କାମ କରନ୍ତୁ, କାରଣ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
କୁମ୍ଭ – ନୂଆ ବ୍ୟବସାୟରେ କ୍ଷତି ହେବ । କର୍ମ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।
ମୀନ – କାର୍ଯ୍ୟ ସିଦ୍ଧି ଯୋଗୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ । ଭୁଲ୍ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ । ଗୃହିଣୀମାନେ ପୂଜା ପାଠରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୬ ।