ମେଷ : କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଉପରେ ନିର୍ଭରକରି କୌଣସି କାମ ହୋଇପାରିବ ନାହିଁ । ଦୀର୍ଘମିଆଦୀ ଯୋଜନା ସକାଶେ ପୁଞ୍ଜି ଲଗାଣ ନିମନ୍ତେ ଅର୍ଥ ଆବଶ୍ୟକ ହୋଇପାରେ । ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ବିଶୃଙ୍ଖଳିତ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି ।
ବୃଷ : କର୍ମକ୍ଷେତ୍ରର ସମସ୍ୟାକୁ ନେଇ ଭାବପ୍ରବଣତା ବଢ଼ିଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହେବ ।ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିପାରେ । ଶିଳ୍ପ, ବ୍ୟବସାୟ, କ୍ରୀଡ଼ା, କଳା, ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ୍ ପାଇ ଖୁସି ହେବେ ।
ମିଥୁନ : ବ୍ୟବସାୟିକ ସ୍ଥିତି, ପରିବହନ, ଶେୟାର ବଜାର, ନିର୍ମାଣ, ଜମିଜମା ପ୍ରଭୃତିରୁ ସୁଫଳ ପାଇବେ । ଫେରିବା ବାଟରେ ଯାନ ବାହନରେ ତ୍ରୁଟି ହେତୁ ହଇରାଣ ହୋଇପାରନ୍ତି । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ସଭାସମିତିରେ ସମସ୍ୟା ସମାଧାନ ହୋଇଯିବ ।
କର୍କଟ : ପୁରୁଣା ରୋଗପୀଡ଼ାରୁ କଷ୍ଟ ଅନୁଭବ କରିପାରନ୍ତି । ମୂଲ୍ୟବାନ୍ ଜିନିଷ, ଘରୋଇ ଉପକରଣ, ନୂତନ ପୋଷାକ ପରିଚ୍ଛଦ ଆଜି କିଣିବା ସକାଶେ ମନ ବଳାଇବେ । ବନ୍ଧୁଙ୍କ ସହଯୋଗରେ ଆରକ୍ଷୀ ସମ୍ବନ୍ଧିତ ସମସ୍ୟାର ସମାଧାନ ଆଶା କରାଯାଇପାରେ ।
ସିଂହ : ପରିସ୍ଥିତିକୁ ସୁଧାରିନେବେ କିନ୍ତୁ ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ । ଆଲୋଚନା ପରିସରରେ ସଫଳତା ମିଳିବା କଷ୍ଟକର । ଆର୍ଥତ୍କ ଦିଗରୁ ସେପରି କିଛି ଅସୁବିଧା ନ ହେଲେ ମଧ୍ୟ ଖର୍ଚ୍ଚ ବୃଦ୍ଧି ପାଇବ । ହୋଟେଲ, ଛୋଟ ଦୋକାନ, ଢାବା, ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ ।
କନ୍ୟା : ହାତକୁ ନେଇଥିବା କାମଗୁଡ଼ିକ ସମସ୍ୟାବହୁଳ ହୋଇପଡୁଥିବାରୁ ସେହି କଥା ଚିନ୍ତାକରି ଆଜି ମନରୁ ସରସତା ଉଭେଇଯିବ । ପାଇବାର ହକ୍ ରହିଥିଲେ ସୁଦ୍ଧା ଅନ୍ୟମାନଙ୍କ ଅବହେଳାରୁ ତାହା ନ ପାଇ ବ୍ୟସ୍ତତା ପ୍ରକାଶ କରିବେ । ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ସଫଳ ହେବେ ।
ତୁଳା : ପଡ଼ୋଶୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟ, ପରିବହନ, ସଭାସମିତି, ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାଜନକ ଫଳ ମିଳିବ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସମସ୍ୟାର ସମ୍ମୁଖୀନ ହେବେ ।
ବିଛା : ଆଜିର ସାୟଂକାଳୀନ ଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀଙ୍କ ଦୃଷ୍ଟି ଆକର୍ଷଣ କରିବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ସଫଳତା ମିଳିବ ।
ଧନୁ : କର୍ମକ୍ଷେତ୍ରରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ । ପରିବାରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି । ସାମାଜିକ ସ୍ତରରେ ଛୋଟକଥାକୁ ବଡ଼ ଆକାରରେ ଚିନ୍ତାକରି ମାନସିକ ସ୍ଥିତି ବିଗିଡ଼ି ଯାଇପାରେ ।
ମକର : ଆଜି କୌଣସି କଥାକୁ ନ ବୁଝି ନ ଶୁଝି ପରିବାର ସଦସ୍ୟଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ । କେତେକ ନୂତନ କାମର ଯୋଜନା ଓ ପରିକଳ୍ପନା କରି କାମକୁ ବଢ଼ାଇ ନେଇ ପାରନ୍ତି । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି ।
କୁମ୍ଭ : ଆଜିର ସଭାସମତି କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନ୍ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପାରସ୍ପରିକ ଯୁକ୍ତିତର୍କ ମଧ୍ୟରେ ଘର ଭିତରେ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ । ଋଣ ପରିଶୋଧ କରିବା ସକାଶେ ପ୍ରବଳ ଚାପର ସମ୍ମୁଖୀନ ହୋଇପାରନ୍ତି ।
ମୀନ : ବନ୍ଧୁଙ୍କ ଉପରେ ବୃଥା ସନ୍ଦେହକରି ସୁବିଧା ସୁଯୋଗକୁ ହରାଇବେ । ପାରିବାରିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟତିକ୍ରମ ଭିତର ଦେଇ ରହିବ । କଚେରି ମାମଲା, କିମ୍ବା ଜମିଜମା ସମସ୍ୟା ଜଟିଳ ହେଲେ ମଧ୍ୟ ସମାଧାନ ହେବାରେ ବିଶେଷ ଡେରି ହେବନାହିଁ । ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ ଅର୍ଥ ଓ ସମ୍ମାନର ଅଭାବ ରହିବ ନାହିଁ ।