ମେଷ : ଆଜି ବିଶ୍ରାମହୀନ କାମ କରିବାକୁ ପଡିପାରେ । ସାଧାରଣ କଥାରେ ଭୁଲ୍ ବୁଝାମଣା କରଣରୁ ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହିତ କଳହର ସମ୍ଭାବନା ଦେଖା ଦେଇପାରେ ।ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।
ବୃଷ : ଘରେ ଅସାବଧାନତାବଶତଃ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବ । ଅଯାଚିତ ଭାବରେ ପଡୋଶୀଙ୍କ ସାହାର୍ଯ୍ୟ ଓ ସହ-ଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିପାରନ୍ତି । ନିଜେ କରିଥିବା କାର୍ଯ୍ୟର ସମୀକ୍ଷା କରିପାରନ୍ତି । ଯୁଗ୍ମ ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
ମିଥୁନ : ବନ୍ଧୁ ମିଳନ ସଙ୍ଗକୁ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କରିପାରନ୍ତି । ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ବିଷ୍ପତ୍ତି ନେବେ । ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
କର୍କଟ : ଯେଉଁ ଆଶା ନେଇ ଅନ୍ୟମାନଙ୍କ ପାଇଁ କିଛି କରିବେ ପ୍ରତିବଦଳରେ କିଛି ପାଇବେ ନାହିଁ । କର୍ମକ୍ଷେତ୍ରରେ କୌଣସି ଶୁଭ ଖବର ମନକୁ ଆମୋଦିତ କରିବାର ଆଶା ରହିଛି । ମନରେ ଉଦ୍ବେଗ ଜାତ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ସିଂହ : ଯେତେ ମନଧରି କାମ କଲେ ମଧ୍ୟ ନିକଟସ୍ଥ ବ୍ୟକ୍ତି ସମାଲୋଚନା କରିପାରନ୍ତି । ତରବରିଆ କାମରେ ସତର୍କ ନ ରହିଲେ ଗୋଡରେ ଆଘାତ ଲାଗିପାରେ । ନିଜ ଲୋକମାନଙ୍କ ଠାରୁ ମଧ୍ୟ ସମାଲୋଚିତ ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
କନ୍ୟା : ମନରେ ସନ୍ଦେହ ଜାତ ହେବା କାରଣରୁ ଅନ୍ୟ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । ଅବଶୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତତାହା ବିଳମ୍ବିତ ସମୟରେ ନିଶ୍ଚୟ ପାଇବେ । ଆୟ ଆଶାନୁରୂପ ହେବ । । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।
ତୁଳା : ଆଦୌ ଚିନ୍ତା କରନ୍ତୁ ନାହିଁ, ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାର୍ଯ୍ୟ କରିବେ । ଭୋଗବିଳାସରେ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ । କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତିନ୍ନତି ପରିଲକ୍ଷିତ ହେବ । ଚଞ୍ଚଳମନା ହେବେ । ଶୁଭ ରଙ୍ଗ ଲାଲ୍ ।ଶୁଭ ଅଙ୍କ ୮ ।
ବିଛା : ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, ସବୁ ସୁବିଧାରେ ସମ୍ପନ୍ନ ହେବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ଆଶ୍ୱସ୍ତି ଲାଭ କରିବେ । । ଧର୍ମାତ୍ମା ଓ ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ଦିନ ବିତାଇ ପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।
ଧନୁ : ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ହେତୁ ମନ ବିଚଳିତ ରହିପାରେ । ବନ୍ଧୁଙ୍କ ସଦ୍-ବାବ ଓ ସହକର୍ମୀଙ୍କ ସହ-ଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଯଶସ୍ୱୀ ଓ ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ମକର : ଦୀର୍ଘଦିନ ହେଲା ବାବୁଥିବା କାମଟି ଆଜି ବାସ୍ତବରେ କରିପାରିବେ ନାହିଁ । ବିଶେଷ ଭାବରେ ମାନସିକ ଅବସାଦ ଯୋଗୁ କାମ ଉତ୍ସାହପ୍ରଦ ହେବ ନାହିଁ । ବନ୍ଧୁଙ୍କ ଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ଦୁଶ୍ଚିନ୍ତା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ଗ୍ରିନ୍ । ଶୁଭ ଅଙ୍କ ୪ ।
କୁମ୍ଭ : ଆଜି ପରିବାରରୁ ପୂର୍ଣ୍ଣ ସହ-ଯୋଗ ଓ ସମର୍ଥନ ଲାଭ କରି ଗୁରୁତ୍ୱପୂର୍ଣ୍ଣ କାମ ହାସଲ କରିବେ । ବନ୍ଧୁଙ୍କ କାର୍ଯ୍ୟକଳାପକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ । ମିତ୍ର ସୁଖ ଲାଭ ଓ ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ମୀନ : ଦୀର୍ଘ ଦିନର ସୁପରିକଳ୍ପିତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ । ପାରିବାରିକ ସ୍ତରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଚୌର ଭୟ ଥିବାରୁ ସତର୍କତା ଏକାନ୍ତ ଜରୁରୀ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।