ମେଷ : ଦିନଟି ଅଶୁଭ ଫଳ ଦାୟକ ହୋଇପାରେ । ସଭା ସମିତି, ବନ୍ଧୁ ଗହଣରେ ଗାମ୍ଭୀର୍ଯ୍ୟ ରକ୍ଷା କଲେ ତାହା ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇପାରିବ । ବନ୍ଧୁ ସହଯୋଗରେ କାର୍ଯ୍ୟ ସାଧନ କରିବେ । ଲକ୍ଷ୍ୟ ପୂରଣ ବିଳମ୍ବିତ ହେବ । ଦୂର ଯାତ୍ରା କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାରମ୍ଭ କରଣୀୟ ନୁହେଁ ।
ବୃଷ : ସ୍ୱାସ୍ଥ୍ୟହାନୀର ଆଶଙ୍କା ଅଛି । ଚକ୍ଷୁପୀଡା, ଅଗ୍ନିମାନ୍ଦ୍ୟ କିମ୍ବା ସ୍ନାୟୁ ମଣ୍ଡଳୀରେ ଅସୁସ୍ଥତା ଆସିପାରେ । ନିଜେ କଷ୍ଟ ଅନୁଭବ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । କର୍ମକ୍ଷେତ୍ରରେ ଉଦଯୋଗ ସିଦ୍ଧି କରିପାରିବେ । ଆବଶ୍ୟକତା ଠାରୁ ଅଧିକ ବ୍ୟୟ ହୋଇପାରେ ।
ମିଥୁନ : ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳ ଦାୟକ ହେବ।ନିଜର ଫାଇଦା ହାସଲ ସକାଶେ ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। କର୍ମ କୁଶଳତା ବଢିବ। ଅର୍ଥ ବଳ ଅଧିକ ରହିବ । ବନ୍ଧୁ ପରିଜନଙ୍କ ଠାରୁ ଉତ୍ସାହ ମିଳିବ । ପୂର୍ବରୁ ମାନସିକ ଆଳସ୍ୟ, ବିମର୍ଷତା ଅଧିକ ପରିମାଣରେ ଦୁର କରିପାରିବେ ।
କର୍କଟ : ଆଜି କୌଣସି ସାସ୍କୃତିକ କାର୍ଯ୍ୟକ୍ରମରେ ବନ୍ଧୁମାନଙ୍କୁ ଆପ୍ୟାୟିତ କରି ପ୍ରଶଂସିତ ହେବେ । ଯାନ ବାହାନରେ ବ୍ୟୟ ବରାଦ ଆସିବ । ପାରିପାଶ୍ୱିର୍କ ସ୍ଥିତିକୁ ଆଖି ଆଗରେ ରଖି ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିବେ । ଦେବାଦେବୀ କାର୍ଯ୍ୟରେ ଆଗ୍ରହ ବଢିବ ।
ସିଂହ : ଦୃଢ ବିଶ୍ୱାସକୁ ପାଥେୟ କରି ଅଗ୍ରଗତି ଅବ୍ୟାହତ ରଖିବେ । ସ୍ୱାସ୍ଥ୍ୟ ଭଲ ରହି ନ ପାରେ ଏବଂ ମାନସିକ ସ୍ତରରେ ଦୁର୍ଭାବନା ବଢିଚାଲିବ । ଧର୍ମ ଧାରଣା ବଢିବ । ସାମୟିକ ଭାବରେ ଦେହ ଅସୁସ୍ଥ ହୋଇପାରେ । ସନ୍ତାନ ସନ୍ତତିଙ୍କ ପାଇଁ ଦୁଃଶ୍ଚିନ୍ତା ବଢିବ । ନିର୍ମାଣମୂଳକ କର୍ମରେ ଅଗ୍ରଗତି ।
କନ୍ୟା : ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ପରିବାର କିମ୍ବା କର୍ମକ୍ଷେତ୍ରରେ ପ୍ରତିକୂଳ ସ୍ଥିତି ଆଣିପାରେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ । କର୍ତ୍ତବ୍ୟରେ ଅବହେଳା କରି ପଶ୍ଚାତାପ କରିବେ । ଗୃହ ଭୂମି ସଂପର୍କୀୟ ଋଣ ଭାବର ଅଧିକ ହେବ ।
ତୁଳା : ପ୍ରିୟ ପରିଜନଙ୍କ ଠାରୁ ସହ ଯୋଗ ଓ ସଦ୍ଦିଚ୍ଛା ପାଇବେ । ପରିବାରର ସ୍ୱାସ୍ଥ୍ୟ ସମସ୍ୟାର ଉନ୍ନତି ଘଟିବ ।ପରିଜନଙ୍କ ସହ ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ । ମନୋବଳ ଦୃଢ ରହିବ । ଦାନ ଧର୍ମରେ ମନ, ଉଦ ଯୋଗ ସିଦ୍ଧି, ମାନ ସମ୍ମାନ ପ୍ରତିଷ୍ଠା ଓ ସଜ୍ଜନ ସଂପର୍କରେ ଆସିବେ ।
ବିଛା : ନିଜକୁ ଅଧିକ ସଂକୁଚିତ ମନେ କରିବେ । ଦେହ ଅସୁସ୍ଥ ରହିପାରେ । କର୍ମାଧିପ ଏକାଦଶସ୍ଥ ହେତୁ କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇବେ । ସାହସ ହ୍ରାସ ପାଇବ । ପାରିବାରିକ ସହ ଯୋଗ ଓ ଅନୁପ୍ରେରଣା ପାଇବେ । କର୍ମକ୍ଷେତ୍ରରେ ଆସିବାକୁ ଥିବା କେତେକ ସୁଯୋଗ ହାତଛଡା ନ କରିବା ହିତକର ।
ଧନୁ : ଅର୍ଥ ବୃତ୍ତିରେ ଉନ୍ନତି ଯୋଗ ଅଛି । ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି । ନିଜର ପରାକ୍ରମ ଓ ଶକ୍ତି ବିନିଯୋଗ କରି ସମ୍ମାନ ଓ ପ୍ରତିଷ୍ଠା ପାଇବେ । ଶୁଭ ଚିନ୍ତକଙ୍କ ସଂଖ୍ୟା ବଢିବ । ଯାନବାହନ, ଭୂମି, ଗୃହୋପକରଣ କ୍ରୟର ସୁଯୋଗ ଲାଭ କରିବେ ।
ମକର : କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡିବ । ନିଜର ସାମର୍ଥ୍ୟକୁ ଆଖି ଆଗରେ ରଖି କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ ହେବ । ବନ୍ଧୁ ପରିଜନମାନେ ଠିକ୍ ସମୟରେ ଅସହଯୋଗ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।
କୁମ୍ଭ : କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିପାରିବେ । କଲ୍ୟାଣ କାର୍ଯ୍ୟ ପ୍ରତି ରୁଚି ରଖିବେ । ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡିଲେ ଅପଦସ୍ଥ ହେବେ । ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ । ଆର୍ଥିକ ସମସ୍ୟାର ସମାଧାନ କଷ୍ଟକର ହେବ । ପାରିବାରିକ ସୁଖ ସୌଭାଗ୍ୟ ଅତୁଟ ରହିବ ।
ମୀନ : ପାରିବାରିକ ଅଶାନ୍ତିର କାରଣ ହୋଇପାରେ । ଦୃଢ ମନୋବଳ ରକ୍ଷା କରି ଅଗ୍ରଗତି ଅବ୍ୟାହତ ରଖିବେ । ଭୋଗ ବିଳାସର ସାଧନ ମିଳିବ । ଆଧ୍ୟାତ୍ମିକ ଚିନ୍ତା ଓ ଭାବନାରେ ଉଦବୁଦ୍ଧି ହୋଇପାରନ୍ତି । କ୍ଷମତାସୀନ ବ୍ୟକ୍ତିଙ୍କ ସାନିଧ୍ୟରେ ଆସିବେ ।