ମେଷ : ଆଜି ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କ ବିବାହିତ ଜୀବନ ଖୁସି ହେବ। ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ। ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳ ପାଇବେ।
ବୃଷ : କ୍ରୋଧରୁ ଦୂରେଇ ରୁହନ୍ତୁ ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଅଧିକ ବ୍ୟୟର ଯୋଗ ରହିଛି। ମନ ଅସୁବିଧାରେ ପଡ଼ିବ।ବନ୍ଧୁଙ୍କ ସାହାଯ୍ୟରେ ସମ୍ପତ୍ତିରୁ ଧନ ପ୍ରାପ୍ତ ହୋଇପାରିବ। ବିଦ୍ୟାର୍ଥୀମାନେ ମିଶ୍ର ଫଳ ପ୍ରାପ୍ତ କରିବେ।
ମିଥୁନ : ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି। କିଛି ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ। ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ହେବ। ଅତ୍ୟଧିକ ପରିଶ୍ରମ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ। ଟଙ୍କା କାରବାରରେ ସାବଧାନ ରୁହନ୍ତୁ।
କର୍କଟ : ଦିନଟି ଆପଣଙ୍କୁ ଉତ୍ତମ ଫଳ ଦେବ। ଅଧିକ ଆୟର ଯୋଗ ରହିଛି।ଅର୍ଥ ନିବେଶ ପାଇଁ ଦିନଟି ଖୁବ୍ ଭଲ ରହିଛି। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରି କ୍ଷେତ୍ରରେ ନୂତନ ପଦବୀ ମିଳିପାରେ।
ସିଂହ : ଆଜି ଦିନଟିରେ ଆପଣ ଦୃଢ଼ମନା ହୋଇ କାର୍ଯ୍ୟ କରିବେ। କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ। ଅଟକିଥିବା କାର୍ଯ୍ୟ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ। ଦୂରସ୍ଥାନକୁ ଯାତ୍ରା କରିବେ। ଯାହା ଆପଣଙ୍କ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ।
କନ୍ୟା : ମନରେ ସାମାନ୍ୟ ବିଷାଦ ସୃଷ୍ଟି ହୋଇପାରେ। ଦାନ ଧର୍ମ କରି ଦିନଟି କଟିବ। ମନ ଖୁସି ହେବ, କିନ୍ତୁ ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ। ବ୍ୟବସାୟ ବିସ୍ତାର ପାଇଁ ଆପଣ ପରିବାରରୁ ଆର୍ଥିକ ସହାୟତା ପାଇପାରିବେ।
ତୁଳା : ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇ ଖୁସି ହେବେ। ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ। ପରିବାରର ସହଯୋଗ ମିଳିବ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଅଟକିଥିବା କାର୍ଯ୍ୟର ପୁନଃଆରମ୍ଭ ହେବ।
ବିଛା : ଆପଣଙ୍କ ବିବାହିତ ଜୀବନ ଖୁସି ହେବ। ଆଜି ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ। ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ।
ଧନୁ : ଆର୍ଥିକ ସ୍ଥିତି ଦୁର୍ବଳ ହେବ । ମାନହାନି ହେବାର ସମ୍ଭାବନା ରହିଛି । ଦିନ ରେ କିଛି ବାଧା ବିଘ୍ନ ଦେଖା ଦେଇ ପାରେ। କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ। ବ୍ୟବସାୟରେ ମଧ୍ୟମ ଫଳ ମିଳିବ।
ମକର : ଆର୍ଥିକ ସ୍ଥିତି ଠିକ ରହିବ ନାହିଁ। କାଲି ଆପଣ ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି। ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଦିନଟି ବ୍ୟସ୍ତ ବହୁଳତାରେ କଟିବ। ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ।
କୁମ୍ଭ : ଭାବପ୍ରବଣତାକୁ ନେଇ କୌଣସି ନିଷ୍ପତ୍ତି ନିଅ ନାହିଁ। ସୁଖ ସମ୍ମାନ ଲାଭ ହେବ। ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିବ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ବହୁତ ଭଲ ରହିବ।
ମୀନ : ଅଙ୍ଗରେ ଆଘାତ ଲାଗିପାରେ। ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ। ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟର ବଶବର୍ତ୍ତୀ ହେବେ ହେଲେ ମଧ୍ୟ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।
