ଆଜିର ରାଶିଫଳ (ମଙ୍ଗଳବାର)

ତା : ୨୦/୦୪/୨୦୨୧

ମେଷ : ଶ୍ରମ ସାର୍ଥକ ହେବ। କୃଷିକ୍ଷେତରୁ ଲାଭ ମିଳିବ। ଗୃହ ପରିବେଶ ବାସଉପଯୋଗୀ ହେବ। ଯାନବାହନ ସୁଖ ମିଳିପାରେ। ଅନୁଗତଙ୍କ ଧନ ହାତକୁ ଆଣିପାରନ୍ତି। ଉତ୍ତମ ଗୁଣ ଓ ନୀତିନିଷ୍ଠ ହେବେ। ବହୁ ବିଧ ଧନପ୍ରାପ୍ତ ହେବେ।

ବୃଷ : ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୁଳ ରହିଛି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି।ଭଗବତ ପ୍ରେମୀ ହେବେ। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭ ମିଳିବ।

ମିଥୁନ : ସନ୍ତାନ ସୁଖ ମିଳିପାରେ। ବହୁ ହିତାକାଂକ୍ଷୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଆଶାବାଦୀ ହେବେ। ଶ୍ରେଷ୍ଠ ଆସନରେ ଆସୀନ ହେବେ। ସନ୍‍ମାର୍ଗୀ ହେବେ। ଦୃଢ଼ ବିକ୍ରମର ଅଧିକାରୀ ହୋଇପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ।

କର୍କଟ : ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ସିଂହ : ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିପାରନ୍ତି। ଶୁଦ୍ଧପୂତ ଭାଷା ବ୍ୟବହାର କରି ବିଜ୍ଞ ବ୍ୟକ୍ତିର ପରିଚାୟକ ହେବେ। କର୍ମଚଞ୍ଚଳ ରହିବେ।

କନ୍ୟା : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଆୟ ପରିମାଣ ବୃଦ୍ଧି ପାଇବ। ସୁ ସମ୍ବାଦ ଶୁଣି ଭାବବିହ୍ୱଳ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ କୃପା ମିଳିବ।

ତୁଳା : କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ।ପରିଶ୍ରମର ମୂଲ୍ୟ ମିଳିବ। ଶୁଭଖବର ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସରକାରୀ ସମ୍ମାନ ଓ ଅର୍ଥ ମିଳିବ।

ବିଛା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ସେବା ପୂଜାରେ ନିମଗ୍ନ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ଧନୁ : ଆର୍ଥିକ କ୍ଷେତ୍ର ନିମ୍ନଗାମୀ ହୋଇପାରେ। ଅନାଟନରେ ପଡ଼ି ମଧ୍ୟ ସ୍ୱାଭିମାନ ବଜାୟ ରଖିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ସାହାଯ୍ୟ ପ୍ରାପ୍ତ ହୋଇପାରନ୍ତି। ଭୋଗୀ ହେବେ।

ମକର : ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ରୁଚିକର ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି।

କୁମ୍ଭ : ନୈତିକ ବଳରେ ବଳୀୟାନ୍‍ ହୋଇ ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ। ଶତ୍ରୁର କାର୍ଯ୍ୟ କଳାପ ଆପଣଙ୍କୁ କ୍ରୋଧିତ କରିପାରେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଶୁଭକାର୍ଯ୍ୟ କରିପାରନ୍ତି। ଋଣପରିଶୋଧ କରିବେ।

ମୀନ : ସୁ ସମ୍ବାଦ ପାଇ ମନକୁ ହାଲୁକା କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦୟାଳୁ ସ୍ୱଭାବର ହେବେ। ଶାନ୍ତଶିଷ୍ଟ ଓ ବିଦ୍ୱାନ୍‍ ହେବେ।