ଆଜିର ରାଶିଫଳ (ବୁଧବାର)

ତା : ୨୮ /୪ /୨୦୨୧

ମେଷ: କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।ପ୍ରୀତି ଲାଭର ସୂଚନା ମିଳୁଛି। ସୁଖକର ଘଟଣାବଳି ଘଟିପାରେ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।

ବୃଷ: ମନୋବଳ ଓ ଧନବଳ ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିବେ ଓ ମାନସିକ ଶାନ୍ତି ଫେରି ପାଇବେ। ଶତ୍ରୁର ପ୍ରତିରୋଧ ବିବ୍ରତର ମୁଖ୍ୟ କାରଣ ହେବ।ସୁଖ ସମାଚାର ମିଳିପାରେ। ଶୁଭ କାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।

ମିଥୁନ: ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ପତ୍ନୀ ସୁଶୀଳା ଓ ଆଜ୍ଞାକାରିଣୀ ହେବେ। ସନ୍ତାନ ସୁଖ ମିଳିବ।

କର୍କଟ: କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବେ। ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। କୃଷିରୁ ଲାଭ ମିଳିପାରେ। ଗମନା ଗମନ ସୁଗମ ହେବ।

ସିଂହ: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନାଭିଳାଷ ପୂର୍ଣ୍ଣ ହେବ।ପ୍ରବଳ ଉତ୍ସାହ, ଉଦ୍ଦୀପନାରେ କାର୍ଯ୍ୟ ସଂପାଦନ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

କନ୍ୟା: ପତ୍ନୀ ସୁଦେହୀ ଓ ସ୍ୱ ଧର୍ମଶୀଳାଯୁକ୍ତ ହେବେ। ଗୁଣଜ୍ଞ ହୋଇପାରନ୍ତି। ସନ୍ନମାର୍ଗୀ ହେବେ। ପୁତ୍ରାଦିଯୁକ୍ତ ହୋଇପାରନ୍ତି।ଆଳସ୍ୟ ପରିତ୍ୟାଗ କରି କର୍ମ ତତ୍ପର ହୋଇପାରନ୍ତି। ଶତ୍ରୁନାଶ କରି ଧନଭୋଗ କରିପାରନ୍ତି। ବାହୁରେ ପୀଡ଼ା ଉପୁଜିପାରେ।

ତୁଳା: ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ରହିବେ। ସମ୍ମାନିତ ହେବେ। ଆୟ ଉତ୍ତମ ଧରଣର ହୋଇପାରେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ଉଚ୍ଚକୋଟିର ହେବ।

ବିଛା: ଧର୍ମକାର୍ଯ୍ୟରେ ଧନବ୍ୟୟ କରିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ମନ ମଧ୍ୟରେ ଦୁଶ୍ଚିନ୍ତାର ପ୍ରଭାବ ରହିପାରେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି।

ଧନୁ: ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ।ବିଭିନ୍ନ ଦିଗରୁ ଧନଲାଭର ସୂଚନା ମିଳୁଛି। ନଗଦ ଅର୍ଥ ପ୍ରାପ୍ତିର ଯୋଜନା ଫଳବତୀ ହେବ।

ମକର: କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି।ଶ୍ରମ ସାର୍ଥକ ହେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ।

କୁମ୍ଭ: କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍ବ୍ୟବହାର କରି ନିଜ ଦକ୍ଷତାର ପରିଚାୟକ ହେବେ। କର୍ମକ୍ଷେତ୍ରରେ ସାହାଯ୍ୟ ପ୍ରାପ୍ତ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦରେ ବିଜୟୀ ହେବେ।

ମୀନ: ସ୍ୱାଭିମାନକୁ ନେଇ କାହାରି ପାଖରେ ହାତ ପାତିବେ ନାହିଁ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ଶାରୀରିକ ସ୍ତରରେ କ୍ଳେଶର ସମ୍ମୁଖୀନ ହୋଇପାରନ୍ତି। ଅନଟନର ସମ୍ମୁଖୀନ ହେବାର ସୂଚନା ମିଳୁଛି। ମେଧାବୀ ଓ ଜିତେନ୍ଦ୍ରୀୟ ହେବା ଆଶା କରାଯାଏ।