ମେଷ : ଆର୍ଥିକ ସଙ୍କଟରେ ପଡ଼ି ପାରନ୍ତି। ଭାଇମାନଙ୍କ ଠାରୁ ସ୍ନେହ ଶ୍ରଦ୍ଧା ମିଳିବ। ଶାରୀରିକ ଦୁର୍ବଳତା ଯୋଗୁଁ ଅସୁଖୀ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇବାରେ ପାରଙ୍ଗମ ହେବେ। ଗୁଣଜ୍ଞ ହେବେ। ଚତୁର ହୋଇପାରନ୍ତି।
ବୃଷ : କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ସୁଖ ସମ୍ମାନ ଲାଭର ସୂଚନା ମିଳୁଛି। ଶୁଭଙ୍କର ଘଟଣା ଘଟିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
ମିଥୁନ : ଶତ୍ରୁର ଉତ୍ପାତ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ପଡ଼ୋଶୀଙ୍କ ସହାୟତାରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ।ପ୍ରତିକ୍ଷେତ୍ରରେ ନିରବ ପ୍ରଦର୍ଶନ କରିପାରନ୍ତି। ଶୁଭଖବର ମିଳିବ। ଋଣ ପରିଶୋଧ କରିବେ।
କର୍କଟ : ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।ଶାସ୍ତ୍ରାଭ୍ୟାସୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବୁଦ୍ଧିମାନ୍ ହେବେ। ଯାନବାହନ ସୁଖ ମିଳି ପାରେ। ପରୋପକାରୀ ହେବେ।
ସିଂହ : ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନରେ ସୁଖ ଭୋଗ କରିବେ। ଶ୍ରମର ମୂଲ୍ୟାଙ୍କନ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ମନ୍ତ୍ରଣାଶକ୍ତିଯୁକ୍ତ ହେବେ।
କନ୍ୟା : କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ବିବିଧ ପ୍ରକାର ଧନଲାଭର ସୂଚନା ମିଳୁଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ତେଜୀୟାନ୍ ହୋଇପାରନ୍ତି।
ତୁଳା : ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ବାକ୍ପଟୁ ହେବେ। ସ୍ୱ ଅର୍ଜିତ ଧନ ଭୋଗ କରିପାରନ୍ତି। ଆପଣଙ୍କ ପରାମର୍ଶ ଜନସାଧାରଣଙ୍କ ହିତ ସାଧନ କରିବ।ଯାନବାହନ ସୁଖ ମିଳିପାରେ।
ବିଛା : ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ସୁଖ ସନ୍ତୋଷ ମିଳିପାରେ। ଭଲ ଆୟ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ପାଇଁ ବହୁ ବ୍ୟୟର ସମ୍ମୁଖୀନ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁଧନର ଅଧିକାରୀ ହୋଇପାରନ୍ତି। ମିଷ୍ଟଭାଷୀ ହେବେ।
ମକର : ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ। ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ। ଧନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କୁମ୍ଭ : ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ସୁ ସମାଚାର ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟିବ। ଭାଗ୍ୟବାନ୍ ହେବେ।
ମୀନ : କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପ୍ରାପ୍ତ ହେବେ ଓ ତା’ର ସଦ୍ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ସବୁ ବିପଦ ଆପଦର ଅବସାନ ଘଟାଇ ଆଶ୍ୱସ୍ତ ହେବେ। ବିବାଦରେ ବିଜୟୀ ହେବେ। ମାଙ୍ଗଳିକ କାର୍ଯ୍ୟରେ ନିରତ ହେବେ।