ଆଜିର ରାଶିଫଳ (ମଙ୍ଗଳବାର)

ତା : ୪ /୫ /୨୦୨୧

ମେଷ : କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

ବୃଷ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।ସୁଖ ସମ୍ମାନ ଲାଭ କରିପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିବେ। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ।

ମିଥୁନ: ମାନସିକ ସ୍ତରରେ ଅଶାନ୍ତି ଉପୁଜି ପାରେ। ଶାରୀରିକ ସ୍ତରରେ ଅସୁସ୍ଥତା ଅନୁଭବ କାରିପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ଆଶ୍ୱସନା ପାଇ ଆଶ୍ୱସ୍ତ ହେବେ। ସନ୍‍ମାର୍ଗୀ ହେବେ। ପଦୋନ୍ନତି ଘଟିପାରେ।

କର୍କଟ : କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁବନ୍ଧୁଯୁକ୍ତ ହୋଇପାରନ୍ତି। ବହୁ ସୁଖକର ଘଟଣା ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।

ସିଂହ : ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଶତ୍ରୁ ଉପଦ୍ରବକୁ ପ୍ରତିହତ କରି ମାନସିକ ଶାନ୍ତି ଫେରି ପାଇବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣପରିଶୋଧ କରି ଆଶ୍ୱସ୍ତ ହେବେ।

କନ୍ୟା :​‌ ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅଧ୍ୟାପନା ଓ କାବ୍ୟରଚନା ପାଇଁ ପଢ଼ା ପଢ଼ିରେ ମନୋନିବେଶ କରିବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ।

ତୁଳା : କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଉତ୍ତମ ମିତ୍ର ବା ସୁ ସନ୍ତାନ ଲାଭର ସୂଚନା ମିଳୁଛି। ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ। ମନ୍ତ୍ର ଶାସ୍ତ୍ରାଦି ଉପରେ ବିଶଦ ବ୍ୟାଖ୍ୟା କରିବେ। ଧନଯୁକ୍ତ ହେବେ।

ବିଛା : ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଉପୁଜିଥିବା ଅଶାନ୍ତିର ଅବସାନ ଘଟିବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

ଧନୁ : ପରାକ୍ରମୀ ଓ ବୁଦ୍ଧିମାନ୍‍ ହେବେ। ଗୁଣଜ୍ଞ ହେବା ଆଶା କରାଯାଏ। ବିବିଧ ଧନର ଅଧିକାରୀ ହେବେ। ସତ୍ୟନିଷ୍ଠ ହେବେ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି।ଚଞ୍ଚଳମନା ହୋଇପାରନ୍ତି। କୀର୍ତ୍ତିମାନ୍‍ ହେବେ।

ମକର : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭାବନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶ୍ରୀଚନ୍ଦ୍ର ଭୋଗହେତୁ ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ନୂଆ ବନ୍ଧୁ ପାଇବେ। ଚିନ୍ତାଧାରା ଉନ୍ନତମାନର ହେବ।

କୁମ୍ଭ : ସତ୍ୟବକ୍ତା ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଭାଗ୍ୟବାନ୍‍ ହେବେ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବିବାଦୀୟ ବିତର୍କକୁ ବର୍ଜନ କରିପାରନ୍ତି। ମଧୁର ଭାଷାଭାଷୀ ଭାବେ ପରକୁ ଆପଣାର କରିବାରେ ସକ୍ଷମ ହେବେ।

ମୀନ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସ୍ବନାମଧନ୍ୟ ହୋଇପାରନ୍ତି।

Comments are closed.