ମେଷ : ଆଜି ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଳସ୍ୟ ଓ ଅବହେଳା ଯୋଗୁ ସୁଯୋଗ ହାତଛଡା ହୋଇପାରେ । ଆଜି ଲୋକସମ୍ପର୍କ ବୃଦ୍ଧି ପାଇବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନସନ୍ ବଢିଯିବ ।
ବୃଷ : ଅନ୍ୟର କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରିବେ । ଅର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନ ଓ ସକାଳୁଆ ଯାତ୍ରା ଶାନ୍ତିପ୍ରଦହେବ। ଅନିୟମିତ ଆହାର ଯୋଗୁସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ । ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ସଭାସମିତି,ଲେଖାପଢା ଓ ଚୁକ୍ତିପତ୍ରରୁ ଶୁଭଫଳ ପାଇବେ ।
ମିଥୁନ : ପାରିବାରିକ , ପରିବହନ, ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ କୁଟନୀତି ପ୍ରୟୋଗକରି ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ହାସଲରେ କୌଣସି ଅସୁବିଧା ରହିବ ନାହିଁ ।
କର୍କଟ : କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥହେବେ। ରୋଗ, ଋଣ ଓ ଶତ୍ରୁତା ଚିନ୍ତାର ମୁଖ୍ୟ କାରଣ ହୋଇପାରେ। ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ ଏବଂ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ ଆଧ୍ୟାତ୍ମିକ କାମରୁ ଆଜିର ଦିନଟି ଆରମ୍ଭ ହେବ ।
ସିଂହ : ଆଜି ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତହେବେ । ସାହିତ୍ୟ କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ । ଆଜି ଯାତ୍ରା ଓବାଣିଜ୍ୟ ସକାଶେ ଦିନଟି ବହୁତ ଭଲ ଏବଂ ବନ୍ଧୁ ମିଳନରୁ ଖୁସି ମଧ୍ୟ ରହିବେ । ଦିନଟି ଶୁଭରେ କଟିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
କନ୍ୟା : କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ ଧନ ଓ ସମ୍ମାନ ପାଇବେ । ବନ୍ଧୁମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ । ପୈତୃକ ସମ୍ପତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି। ଦିନଟି ସୁଖ ଏବଂ ସୌଭାଗ୍ୟର ଦିନ । ଆର୍ଥିକ ସଫଳତା ରେ ବାଧା ହେବ । ଛାତ୍ରଚାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ମନ ଦେବେ ନାହିଁ ।
ତୁଳା : ଆଜିର ପ୍ରତ୍ୟୁଷ ଯାତ୍ରା ଓ ବନ୍ଧୁ ମିଳନ, କଳା, ସାହିତ୍ୟ, ସଭାବସମିତିରେ ସମ୍ମାନିତହେବେ । ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ବନ୍ଧୁମେଳରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ଏବଂ ବିଜୟ ଲାଭର ସମ୍ଭାବନା ମଧ୍ୟ ରହିଛି । ବିଭିନ୍ନ ପ୍ରକାର ରୁଚିବିରୁଦ୍ଧ କାର୍ଯ୍ୟ ମାନସିକ ଅସ୍ଥିରତା ସୃଷ୍ଟି କରିବ।
ବିଛା : ବିଚାରବୃଦ୍ଧି, ସହନଶୀଳତା ଓ ଉଦାରକା ଗୁଣରୁ ବନ୍ଧୁ ଗହଣରେ ପ୍ରଶଂସିତ ହେବେ।କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଉଚ୍ଚବର୍ଗଙ୍କ ସାହାର୍ଯ୍ୟଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଡାଇବେଟିସ୍ କିମ୍ବା ଗ୍ୟାଷ୍ଟ୍ରିକ୍ ରୋଗୀମାନଙ୍କ ସକାଶେ ଆଜିର ଦିନଟି ଅନୁକୂଳ ନୁହେଁ।
ଧନୁ : ଆଜି ଅନୂମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟିକରିପାରେ । ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ । ଆଜି କର୍ମକ୍ଷେତ୍ରରେସହକର୍ମୀଙ୍କ ସହିତ ଏବଂ ପରିବାରରେ ସାଧାରନ କଥାକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ ।
ମକର : ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍ ହେବେ। କଚେରି ମାମଲା ମନ୍ଥର ହୋଇପାରେ।ଧାର୍ମିକ କାର୍ଯ୍ୟ ସମ୍ପାଦନ, ଦେବଦର୍ଶନ ପାଇଁ ଇଚ୍ଛା ଜାଗ୍ରତ ହେବ । ଆପଣ ଖର୍ଚ୍ଚାନ୍ତ ହେବେ ସିନାଆଜି କୌଣସି କାମ ଅଟକିବ ନାହିଁ। ମାଲିମୋକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
କୁମ୍ଭ : କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହାଟିକିଏ ବିଳମ୍ବରେ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାରଆଶଙ୍କା ରହିଛି । ଆଜି ଯାହା କରନ୍ତୁ କିମ୍ବା ଯୁଆଡେ ଯାଆନ୍ତୁନା କାହିଁକି ଲାଭବାନ୍ ନିଶ୍ଚିତ ହେବେ ।
ମୀନ : ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସଂପନ୍ନ କରିବାରେ ବିଶେଷ ଅସୁବିଧା ହେବନାହିଁ । ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖା ଦେବ । ଆଜି ଦିନଟିଆନନ୍ଦର ଦିନ। ଶାରିରୀକ ଅସୁସ୍ଥତା ଦୂର ହେବ। ଆର୍ଥିକ ଉନ୍ନତି ହେବ । ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ଦୂର ଯାତ୍ରା କରିବେ।
