ଆଜିର ରାଶିଫଳ (ରବିବାର)

ତା : ୨୦ / ୧୧ / ୨୦୨୨

ମେଷ : ଆଜି ପ୍ରତ୍ୟେକ କାମରେ ଅନ୍ତଦ୍ୱର୍ନ୍ଦ୍ୱ ଲାଗି ରହିବ । ସ୍ୱେଚ୍ଛାକୃତ ଭାବରେ ଏକ ମହତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ । ଅବଶ୍ୟ ପରିସ୍ଥିତି ପ୍ରତି ସତର୍କ ରହି କାମ କରନ୍ତୁ, ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।ପ୍ରତ୍ୟେକ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ ।

ବୃଷ : ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖା ଦେଇପାରେ । ସଦା ବେଳେ ହାତଖାଲି ରହିବାରୁ ମନରେ ସରସତା ରହିବ ନାହିଁ । ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦ୍ଦ୍ୱର୍ନ୍ଦ୍ୱ ସୃଷ୍ଟି ହୋଇପାରେ ।ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଶ୍ରେୟ ମଣିବେ । ସ୍ୱାସ୍ଥ୍ୟ ଅତୁଟ ରହିବ ।

ମିଥୁନ : କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ଆଜି ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ । କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ପରିବାରରେ କାହା କଥା ସହ ଅନ୍ୟର କାହାର କଥା ମିଶିବ ନାହିଁ, ଫଳରେ ମତଦ୍ୱୈଧ ଘଟିବ ।ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି ।

କର୍କଟ : କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ ।ପରମ ସୌଭାଗ୍ୟଶାଳୀ ହେବେ । ପ୍ରବାସୀ, ମଧୁରଭାଷୀ, ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି ।

ସିଂହ : ଆଜି ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ । ପରିବହନ, ପ୍ରଶାସନ, ପ୍ରକାଶନ , ଆନୁଷ୍ଠାନିକ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ । ପଡୋଶୀଙ୍କ ସହ ପିଲାମାନଙ୍କୁ କେନ୍ଦ୍ର କରି ବିବାଦଗ୍ରସ୍ତ ହୋଇପାରନ୍ତି । ସର୍ବଶକ୍ତିମାନ୍ ହୋଇପାରନ୍ତି । ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ । ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଧନ ପ୍ରାପ୍ତ ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ ।

କନ୍ୟା : ଆର୍ଥିକ ସଂକଟ ମଧ୍ୟ ଦେଇ ଗତି କରିବାକୁ ବାଧ୍ୟ ହେବେ । ଅର୍ଥଲାଭ ପାଇଁ ପ୍ରଯତ୍ନ କରିବେ ଓ ଏଥିପାଇଁ ବନ୍ଧୁଙ୍କୁ ନେହୁରା ହେବାକୁ ପଡିବ । ସତର୍କରେ ନ ଚଳିଲେ କେତେକ ସମ୍ଭାବ୍ୟ ଅସୁବିଧା ଭୋଗ କରିବାକୁ ପଡିପାରେ । କୌଣସି କଥାରେ ଅନ୍ୟମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରି କା କରିବା ଠିକ୍ ହେବ ନାହିଁ । ଚଞ୍ଚଳମନା ଓ ସ୍ନେହ ବୋଳା କଥା କହି ପରକୁ ଆପଣାର କରିବାରେ ସକ୍ଷମ ହୋଇପାରନ୍ତି ।

ତୁଳା : ଅର୍ଥ ଓ ସମ୍ମାନ ଲାଭ କାରଣରୁ ଶୁକ୍ର ଚନ୍ଦ୍ର ଙ୍କ ସଂଯୋଗ ରୁ ମନ ପ୍ରଫୁଲ୍ଲ ରହିବ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ନିଜ ଲୋକମାନେ ଈର୍ଷା ପରାୟଣତା କାରଣରୁ ଦାଉ ସାଧିପାରନ୍ତି । ଶୁଭଯୋଗ ଅଛି । ସୁସ୍ଥ ଓ ନୀରୋଗ ଶରୀରଯୁକ୍ତ ଏବଂ ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳମନା ପାଇଁ ଅସୁବିଧାରେ ପଡିପାରନ୍ତି ।

ବିଛା : ବହୁତ ଦିନରୁ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ପଡୋଶୀମାନେ ମଧ୍ୟ ଭୁଲ୍ ବୁଝାମଣା କାରଣରୁ ସାଧାରନ କଥାରେ ମଧ୍ୟ କଳହ କରିବେ । କର୍ତ୍ତବ୍ୟନିଷ୍ଠ ଓ ଦୟାଳୁ ସ୍ୱଭାବର ହେବେ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ ।

ଧନୁ : ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଓ ବନ୍ଧୁମିଳନ ଘଟିବ । ସାଧାରଣ ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । କୌଣସି ନୁତନ ଯୋଜନା ସଙ୍ଗକୁ କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି । ପରିବାରର ସହ-ଯୋଗ ଓ ସମର୍ଥନ ଆଜିର କାମରେ ଆପଣଙ୍କୁ ବହୁ ସାହାର୍ଯ୍ୟ କରିବ । ଜନମଙ୍ଗଳ ପାଇଁ ଉଦ୍ୟମ ଜାରି ରଖିବେ ।

ମକର : କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି ।ଉତ୍ତମ ବୁଝାମଣା ଜନିତ ପରିବାର ଭିତରେ ସୌହାର୍ଦ୍ୟତା ମଧ୍ୟରେ କାମ କରିବେ । ବନ୍ଧୁମାନଙ୍କ ଗହଣରେ ନିଜ ନିଜର ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ । ସମ୍ମାନିତ ଓ ଖର୍ଚ୍ଚାନ୍ତ ହୋଇପାରନ୍ତି । ପରିସ୍ଥିତିରେ ପଡି ଈର୍ଷା ପରାୟଣ ହେବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।

କୁମ୍ଭ : ପ୍ରିୟ ବନ୍ଧୁ ଠାରୁ ପାଇବାକୁ ଥିବା ବକେୟା ଟଙ୍କା ପାଇଁ ସମସ୍ୟା ଉପୁଜିପାରେ । ଭ୍ରମଣ, ଦେବ ଦର୍ଶନ ସାଙ୍ଗ କୁ କୌଣସି ନୂତନ ଜିନିଷ କିଣିବାକୁ ମନ ବଳାଇବେ ।ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ଅସାଧ୍ୟ ସାଧନ କରି ପାରନ୍ତି । ଆନନ୍ଦ ଉତ୍ସବ ଲାଗି ରହିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିବେ ।

ମୀନ : ଆଜି ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି । ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ର କରି ମନ ଅଶାନ୍ତି ରହିପାରେ ।କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ । ଯୋଗାଯୋଗ ଶୁଭଦାୟକ ହେବ । ଭାଇମାନଙ୍କ ପ୍ରତି ସ୍ନେହ,ଶ୍ରଦ୍ଧା ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ଏବଂ ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହୋଇ ସମ୍ମାନିତ ହେବେ ।

SBI_Festive_Digital Billboard