ମେଷ : କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଆଜି ସକାଳୁ ଅଫିସ କାମରେ ଦୂର ଯାତ୍ରା କରିବାକୁ ପଡିବ। ବ୍ୟବସାୟ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲକରିବେ। ଅତିପ୍ରିୟ ବନ୍ଧୁଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ।
ବୃଷ : ଶତ୍ରୁ ଠାରୁ ଦୂରତା ରଖି କାମ କରିବା ଭଲ। ଉପକାର କରିଥିବା ବ୍ୟକ୍ତି ଙ୍କ ଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇ ପଡିବ। ରତବରିଆଭାବରେ ନିଜର କାମଗୁଡିକ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ। ଶୀଳ୍ପ,ବାଣିଜ୍ୟ, ସାମ୍ବାଦିକତା ଓ ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ।
ମିଥୁନ : ଆଜି ଆକସ୍ମିକ ଭାବରେ ସମସ୍ୟାର ସରଳ ସମାଧାନ ହୋଇଯିବ। ଶତ୍ରୁ କବଳରୁ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦମୁକ୍ତ ହେବେ । ପରିବହନ,ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପ୍ରଯତ୍ନ କଲେ ସଫଳହେବେ। ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ପରିବାରର ସଦସ୍ୟଙ୍କ ତରଫରୁ ସମସ୍ୟା ଆସିପାରେ।
କର୍କଟ : ଘରୋଇ ବ୍ୟାପାରରେ ଗୁଜବମାନସିକ ସ୍ଥିତିକୁ ଦୋହଲାଇ ଦେବ। ସନ୍ତାନଙ୍କ ଚିନ୍ତା ଦୂର ହେବ। ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀଙ୍କ ସହ-ଯୋଗକର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ। କୌଣସି ପରିଚିତ ବ୍ୟକ୍ତିଙ୍କକାର୍ଯ୍ୟକଳାପ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ ସମସ୍ୟା ସୁଧାରି ନେବାରେ ବନ୍ଧୁଙ୍କ ଅବଦାନ ସ୍ମରଣୀୟ ରହିବ।
ସିଂହ : ଅଫିସରେ ସହକର୍ମୀମାନଙ୍କ ସହ ମିଷ୍ଟାଳାପ ମଧ୍ୟରେ କାମ କରିଚାଲିବେ। ପ୍ରତୀକ୍ଷିତ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ଉପସ୍ଥିତି ଯୋଗୁଖୁସି ହେବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେପକାଇପାରେ। ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ତରରେ ଅନ୍ତଦ୍ୱର୍ନ୍ଦ୍ୱ ଲାଗି ରହିବ।
କନ୍ୟା : କୌଣସି ବ୍ୟକ୍ତି ଠାରୁ ହଠାତ୍ ଦୁଃଖଦଖବର ପାଇ ବିଚଳିତ ବୋଧ କରିପାରନ୍ତି। ସଭାସମିତି ରେ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁଗ୍ରହଣ କରିବାକୁ ବାଧ୍ୟ ହେବେ। ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କ ସହ-ଯୋଗ ଲୋଡିପାରନ୍ତି।
ତୁଳା : ପଡୋଶୀମାନେ ବିଭିନ୍ନପ୍ରକାରର ଝମେଲା କରିପାରନ୍ତି। ପାରିବାରିକ ଭୁଲ୍ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟମାନସିକ ଅସ୍ଥିରତା ଲାଗି ରହିବ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାର୍ଯ୍ୟ ଲୋଡିପାରନ୍ତି। ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କବ୍ୟାହତ ଆଶଙ୍କା ରହିଛି।
ବିଛା : ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ ରୋଗରେ କଷ୍ଟପାଇପାରନ୍ତି। ଆଜି ଅପରାହ୍ନ ରେ ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟ କରିବାରେସମର୍ଥ ହେବେ। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାପୂରଣ କରିବେ। ବ୍ୟବସାୟ ଓ ପରିବହନରେ ଦେଖି ଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ।
ଧନୁ : ରାସ୍ତାରେ ଅପରିଚିତଙ୍କୁ ବିଶ୍ୱାସକରି ଖାଲରେ ପଡିପାରନ୍ତି। ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ବ୍ୟବସାୟ, ବାଣିଜ୍ୟ ଓପରିବହନ ରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଉଦ୍ରେକ ଭାପପ୍ରଦ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରିପାରନ୍ତି। ମାନସିକ ସନ୍ତୁଳନ ରକ୍ଷାରେ ଅସମର୍ଥ ହେବେ।
ମକର : ଆଜି ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଜମେଲା ଭିତରେ ହିଁ ସମ୍ପନ୍ନ ହେବ।ଆକସ୍ମିକ ଭାବେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନିର୍ମାଣଧୀନ କାମଟି ଆଜି ସମ୍ପୂର୍ଣ୍ଣ କରିପାରିବେ ନାହିଁ। ପରୋକ୍ଷ ଶତ୍ରୁତାକାରଣରୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ।ଅଟକିଥିବା କାମଟି ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କରାଇ ନେବେ।
କୁମ୍ଭ : ସ୍ୱାସ୍ଥ୍ୟ ହାନି ଘଟିପାରେ। ମନ ବୁଝିଲା ଭଳି କଥା କହି କିମ୍ବା ଲୋଭନୀୟ ପ୍ରତିଶ୍ରୁତି ଦେଇବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି। ପୁନଶ୍ଚବିଭିନ୍ନ ପ୍ରକାରର ଘରୋଇ ଅଶାନ୍ତି କାରଣରୁ ମନଟା ଭଲ ରହିବନାହିଁ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ। ନତୁବା ହଜିଯିବାର ସମ୍ଭାବନା ରହିଛି।
ମୀନ : ସାମଗ୍ରିକ ଦୃଷ୍ଟି କୋଣରୁ ଦିନଟି ପ୍ରୀତିପ୍ରଦ ରହିବ। ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇ କେତେକ କାମ ହାସଲ କରିବେ। ଆର୍ଥିକପରିସ୍ଥିତି ବଦଳାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଉପାୟ ଅବଲମ୍ବନକ ରିପାରନ୍ତି। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲରେ ଆଜିର ଯାତ୍ରାରେ ସଫଳତା ପାଇବାରେ କୌଣସି ଅସୁବିଧା ରହିବ ନାହିଁ।
