ଆଜିର ରାଶିଫଳ (ସୋମବାର)

ତା : ୧୯ / ୧୨ / ୨୦୨୨

ମେଷ: କ୍ୟାରିୟରରେ ସୁଧାର ଆଣିବା ପାଇଁ ଦିନଟି ଭଲ ହେବ। ଗୁପ୍ତଶତ୍ରୁ ଭୟ ମନକୁ ବ୍ୟତିବ୍ୟସ୍ତ କରାଇବ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ।

ବୃଷ: ଆଜି ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବ। ଧନ, ମାନସମ୍ମାନ ବୃଦ୍ଧି ପାଇବ। ଆଶା କରୁଥିବା ଦିଗରୁ ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ମିଥୁନ: ନୂଆ ବିଚାର ଆପଣଙ୍କ ଆର୍ଥିକ ଉନ୍ନତି ଲାଗି ବାଟ ଉନ୍ମୁକ୍ତ କରିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ।

କର୍କଟ: ପାରିବାରିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।

ସିଂହ: ଆପଣ କୌଣସି କାର୍ଯ୍ୟ ତରବରିଆ ଭାବେ କରି କ୍ଷତିରେ ପଡ଼ିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ସବୁ କାର୍ଯ୍ୟ ଭଲରେ ସମାପ୍ତ ହେବ।

କନ୍ୟା: ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ ରହିବ। ବନ୍ଧୁଙ୍କର ପୂରା ସହଯୋଗ ପାଇବେ। ଧନପ୍ରାପ୍ତି ହେବ।

ତୁଳା: ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ଅବଶ୍ୟ ପାଇବେ। ବହୁଦିନରୁ ଅଟକି ରହିଥିବା କାର୍ଯ୍ୟକୁ ପୁନର୍ବାର ଆରମ୍ଭ କଲେ ସେଥିରେ ସଫଳ ହେବେ। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରି ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଆୟ ବଢ଼ିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି।

ଧନୁ: ଆଜି ପାରିବାରିକ ସମସ୍ୟାର ସମାଧାନ ହେବ। ସଭାସମିତି କାର୍ଯ୍ୟରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ।

ମକର: କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ।

କୁମ୍ଭ: ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

ମୀନ: ଆଜି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ସବୁ କଥାକୁ ହାଲୁକା ଭାବେ ଗ୍ରହଣ କରି କ୍ଷତିରେ ପଡ଼ିବେ।

SBI AD