ଆଜିର ରାଶିଫଳ (ରବିବାର)

ତା : ୨୫ / ୧୨ / ୨୦୨୨

ମେଷ : ଆଜିର ଯାତ୍ରା ଓ ସନ୍ଧ୍ୟା ଭ୍ରମଣରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ଭୁଲବୁଝାମଣା କାରଣରୁ କୌଣସି ଅପରିଚିତଙ୍କ ସହ କଳହ ଲାଗିପାରେ।

ବୃଷ : ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ। ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ। ସାସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ଆହତ ହୋଇପାରନ୍ତି। ବନ୍ଧୁମାନଙ୍କ ସହାନୁଭୂତି ଲାଭ କରି ବିବାଦୀୟ ଘଟଣାର ସମାଧାନ କରିବେ।

ମିଥୁନ : ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍ ହେବ ନାହିଁ। ରୋଗ,ଋଣ ଓ ଶତ୍ରୁତା ଲାଗି ରହିବା କାରଣରୁ ମନ ଭଲ ରହିବ ନାହିଁ। ଆହିର ଯାତ୍ରା ଓ ନୂତନ କାର୍ଯ୍ୟାରମ୍ଭ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। କିନ୍ତୁ ଯାହା କଲେ ମଧ୍ୟ ବିନା ଖର୍ଚ୍ଚରେ କାମ ହାସଲ ହୋଇପାରିବ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବ।

କର୍କଟ : ଆକସ୍ମିକ ଭାବରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଦୀର୍ଘ ଦିନର ସ୍ଥଗିତ କାମକୁ ଆରମ୍ଭ କରିବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ବିବାଦୀୟ ଘଟଣାର ବିଜୟୀ ହେବେ ଓ ବ୍ୟବସାୟ ତଥା ପରିବହନରେ ସଫଳତା ମିଳିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ।

ସିଂହ : କୌଣସି କ୍ଷେତ୍ରକୁ ନ ଡାକିଲେ ଯାଆନ୍ତୁ ନାହିଁ ଏବଂ ନ ପଚାରିଲେ କିଛି କହିବା ଠିକ୍ ହେବ ନାହିଁ। ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେଉଥିବାରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ। ଯାହା ଓ ଯେପରି ଭାବୁଛନ୍ତି ଶୀଘ୍ର ଆରମ୍ବ କରନ୍ତୁ, ସଫଳତା ନିଶ୍ଚିତ ମିଳିବ। ଚେଷ୍ଟା କରୁଥିବା କାମ, ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।

କନ୍ୟା : କୌଣସି ସମସ୍ୟା ଓ ବିବାଦୀୟ ପରିସ୍ଥିତିରେ ମନ ଭୁଲାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରିବେ। ଅନ୍ୟ ପାଇଁ ତ୍ୟାଗ ସ୍ୱୀକାର କଲେ ମଧ୍ୟ ସେମାନେ ତାହାକୁ ଗ୍ରହଣ କରିପାରିବେ ନାହିଁ। ଅସାବଧାନତା କାରଣରୁ ଆଘାତ କିମ୍ବା ଧନହାନିର ସମ୍ଭାବନା ରହିଛି। ଚିନ୍ତା କରିଥିବା କାମଗୁଡିକ ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଚିନ୍ତା ପ୍ରକଟ କରିବେ।

ତୁଳା : ବିଦେଶଯାତ୍ରା, ମାଲିମୋକଦ୍ଦମା, ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଖର୍ଚ୍ଚାନ୍ତ ହେଲେ ମଧ୍ୟ ଶେଷ କରିପାରିବେନି। ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ। ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ।

ବିଛା : କର୍ମ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ କର୍ମୀ ସଜାନୁଭୂତି ପ୍ରଦର୍ଶନ କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଅତୀତ ଘଟଣା ମନରେ ଆଲୋଡନ ସୃଷ୍ଟି କରି ମାନସିକ ସ୍ଥିତିକୁ ଅସ୍ଥିର କରିପାରେ । ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହାକି କାମକୁ ଆସିବ।

ଧନୁ : ଘର କଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ ରହିବ। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ। ବିଭିନ୍ନ ସମସ୍ୟା କୁ କେନ୍ଦ୍ର କରି ମାନସିକ ଦ୍ୱନ୍ଦ୍ୱ ବଢିଚାଲିବ। ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହୋଇପାରେ।

ମକର : ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କେତେକ କ୍ଷେତ୍ରରେ ହାତ ପାହାନ୍ତାକୁସୁଯୋଗ ଆସିଯିବ କିନ୍ତୁ ଧନିଷ୍ଠା ନିଜ ଦୋଷରୁ ତାହା ହରାଇ ପାରନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମସ୍ୟା ସୃଷ୍ଟି ହେବା କାରଣରୁ କାମଟି ଅସମ୍ପୂର୍ଣ୍ଣ ରହିଯିବ।

କୁମ୍ଭ : କେତେକ କ୍ଷେତ୍ରରେ ସବୁ ଠିକ୍ ଠାକ୍ ଥିବ କିନ୍ତୁ ଶେଷ ସମୟରେ ବିଗିଡି ଯାଇ ପାରେ। ଆଜିର ପ୍ରତ୍ୟେକ କାମ ସମସ୍ୟାବହୁଳ ହୋଇପାରେ। ପରିବାରରେ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ଅସଫଳ ହେବାକୁ ନେଇ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ।

ମୀନ : ଆଜି ଯାହା କରିବେ କିମ୍ବାକହିବେ, ପ୍ରତ୍ୟେକ ଦିଗରୁ ତାହା ଅନୁକୂଳ ସୁଫଳ ପ୍ରଦାନ କରିବ। କିନ୍ତୁ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟସକାଶେ ଅନୁତାପ କରିବାକୁ ପଡିପାରେ। ଆନୁଷ୍ଠାନିକ କାମରେ ଗୁରୁଦାୟିତ୍ୱ ବହନ କରି ପ୍ରସ୍ତୁତି ପଥେ କର୍ମମୁଖର ରହିପାରନ୍ତି।

 

SBI AD