ମେଷ : ଗୃହରେ କଳହ ଯୋଗ ସହିତ ମାନସିକ ଅଶାନ୍ତି ଦେଖା ଦେବ । ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନତି ଘଟିବ । ବ୍ୟବସାୟ ମଧ୍ୟମ ଫଳ ଦେବ । ଦିନଟି ଆପଣଙ୍କୁ ମିଶ୍ର ଫଳ ପ୍ରଦାନ କରିବ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।
ବୃଷ : ଗୃହରେ ଶାନ୍ତି ଓ ମନ ପ୍ରଫୁଲ୍ଲ ରହିବ । ନିବେଶ କରିଥିବା ଧନରୁ ଉତ୍ତମ ଲାଭ ମିଳିବ । ପୂର୍ବ ସମସ୍ୟାର ସମାଧାନର ବାଟ ଦେଖା ଯିବ । ଚାକିରି କ୍ଷେତ୍ରରେ ପ୍ରଭାବଶାଳୀ ହେବେ ।
ମିଥୁନ : ନିବେଶ ପାଇଁ ଦିନଟି ବହୁତ ଭଲ ରହିଛି । କର୍ମ କ୍ଷେତ୍ର ରେ ଲାଗିଥିବା ସମସ୍ୟା ର ଆଜି ସମାଧାନ ହେବ । ରାଜନୀତି ରେ ସାହାଯ୍ୟ ମିଳିବ । ବିଦ୍ୟାର୍ଥୀ ମାନେ ବିଶେଷ ଭାବେ ଉପକୃତ ହେବେ ।
କର୍କଟ : ପୁରୁଣା ବକେୟା ଅର୍ଥ ଆଜି ଆପଣ ଫେରି ପାଇବେ । ଆସନ୍ତାକାଲି ଆପଣ କାର୍ଯ୍ୟ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । କାର୍ଯ୍ୟ କ୍ଷେତ୍ରରେ ନୂତନ ଯୋଜନାର ପ୍ରଣୟନ କରି ପ୍ରଶଂସା ପାଇବେ । ବିଦ୍ୟାର୍ଥୀ ମାନେ ଚଞ୍ଚଳମନା ହୋଇ ଭୁଲ କରିବେ ।
ସିଂହ : ଠକାମୀର ଶିକାର ହୋଇ ପାରନ୍ତି । ପ୍ରାତରୁ ଭଗବାନ ଙ୍କୁ ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଯକୃତ ଜନିତ ସମସ୍ୟା ଦେଖା ଦେବ । ବ୍ୟବସାୟ ର ଲାଭ କ୍ଷତି ସମାନ ହେବ ।
କନ୍ୟା : ଧନର ସଦୂପ ଯୋଗ କଲେ ତାହା ଆଜି ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ । ଦିନଟିରେ ସକାରାତ୍ମକ ଚିନ୍ତା ଧାରା ଦେଇ ଗତି କରିବେ । ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ବିଦ୍ୟାର୍ଥୀ ମାନେ ଶାନ୍ତ ରହିବେ ।
ତୁଳା : ମନ ବ୍ୟକୁଳୀତ ରହିବ । ସନ୍ତାନର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ । ଆଜି ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ଦୁରସ୍ଥାନକୁ ଯାତ୍ରା କରିବେ । ଖର୍ଚ୍ଚର ଭାର ଅଧିକ ହୋଇପାରେ । ବ୍ୟବସାୟରେ ପରିବର୍ତ୍ତନର ଯୋଗ ରହିଛି ।
ବିଛା : ମାନସିକ ଶାନ୍ତି ମିଳିବ ।ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କାର୍ଯ୍ୟ କ୍ଷେତ୍ର ରେ ଗୁରୁଜନ ଙ୍କ ସହାୟତା ମିଳିବ । ନିଜ ଆତ୍ମ ବିଶ୍ୱାସ ଯୋଗୁଁ ନୂତନ କାର୍ଯ୍ୟ ସଫଳ ହେବ । ମନରେ ସାମାନ୍ୟ ଦ୍ୱେଷ ଦେଖା ଦେଇ ପାରେ ।
ଧନୁ : ନିବେଶରୁ ଆଜି ଆପଣଙ୍କୁ ଲାଭ ମିଳିବ । ଚାକିରିରେ ଉପର ମହଲା ରୁ ଶୁଭ ଖବର ମିଳିବ । ନିଜ ପାଇଁ ମଧ୍ୟ କିଛି ସମୟ ଦେବେ । ବ୍ୟବସାୟ ରେ ଲାଭ ଯୋଗ ରହିଛି । ଦମ୍ପତି ମାନେ ନୂତନ ଅଳଙ୍କାର କ୍ରୟ କରିବେ ।
ମକର : ବନ୍ଧୁଙ୍କ ସହଯୋଗରେ ଆଗକୁ ବଢ଼ିବେ। ରାଜନୀତି ପାଇଁ ଦିନଟି ଅତ୍ୟନ୍ତ ଭଲ ରହିଛି । କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ମାନସିକ ଚାପ ଦେଖା ଦେବ। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ବିଜୟ ଲାଭ କରିବେ ।
କୁମ୍ଭ : ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ ଆଜି କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ । ପରିବାର ସହଯୋଗ ମିଳିବ ।
ମୀନ : ସମ୍ପର୍କୀୟଙ୍କ ସହ ସମୟ ଅତିବାହିତ କରିବେ । କିଛି ଶୁଭ ସମାଚାର ପାଇ ଖୁସି ହେବେ । ଅଟକି ଥିବା କାର୍ଯ୍ୟକୁ ଆଜି ଆପଣ ସଂପୂର୍ଣ୍ଣ କରିବେ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
