ଆଜିର ରାଶିଫଳ (ଶୁକ୍ରବାର)

ତା : ୨୪ / ୨ / ୨୦୨୩

0

ମେଷ : ସମସ୍ତ ସମସ୍ୟାକୁ ପଛରେ ପକାଇ ଆଜି ଆଗକୁ ବଢ଼ିବାକୁ ମନସ୍ଥ ହେବେ। କାର୍ଯ୍ୟ କ୍ଷେତ୍ରରେ ନିଜକୁ ପ୍ରଭାବଶାଳୀ ମନେ କରିବେ। ଅଯଥା ଅର୍ଥ ନିବେଶ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ନୂତନ ପନ୍ଥା ଅବଲମ୍ବନ କରିବେ।

ବୃଷ : ଦିନଟି ଆତ୍ମବିଶ୍ବାସରେ ପୁରି ରହିବ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ। କର୍ମ କ୍ଷେତ୍ରରେ ନିଜ କର୍ମରେ ଧ୍ୟାନ ଦିଅନ୍ତୁ। ଅଧିକ ପରିଶ୍ରମରେ ଦିନଟି କଟିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ।

ମିଥୁନ : ଦିନଟି ମଧ୍ୟମ ଫଳ ଦେବ। ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ମଲିମାକୋଦ୍ଦମା ଆପଣଙ୍କ ସପକ୍ଷରେ ରହିବ। ପରିବାରକୁ ନେଇ ମାନସିକ ଚିନ୍ତା ବଢିବ। ଗୃହକୁ ଅତିଥିଙ୍କ ଆଗମନ ହେବ।

କର୍କଟ : ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ସୃଷ୍ଟି ହେବ। ବ୍ୟବସାୟରେ ନେଣ ଦେଣ ଲାଗିରହିବ। ବନ୍ଧୁଙ୍କ ଦ୍ଵାରା ଆର୍ଥିକ ସହାୟତା ପ୍ରାପ୍ତ କରିବେ। ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ।

ସିଂହ : ପରିବାରରେ ସୁଖ ଶାନ୍ତି ଲାଗି ରହିବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖା ଦେବ। ଆଧ୍ୟାତ୍ମିକ ଚିନ୍ତା ଧାରାରେ ବିଶ୍ୱାସ ରଖିବେ। ନୂଆ ଚାକିରି ମିଳିପାରେ ଯାନବାହନ କ୍ରୟ ପାଇଁ ଦିନଟି ଭଲ ରହିଛି।

କନ୍ୟା : ବାହ୍ୟ ସ୍ଥାନରୁ ପ୍ରଶଂସା ମିଳିବ। ଅଟକିଥିବା ସରକାରୀ କାର୍ଯ୍ୟ କାଲି ଆଗକୁ ବଢିବ। ବ୍ୟବସାୟ ରେ ଆଶା ଅନୁସାରେ ଲାଭ ପ୍ରାପ୍ତି ହେବ। ଯାନବାହାନ କ୍ରୟ କରିବେ। ବିଦ୍ୟାର୍ଥୀମାନେ ଗୃଜନନଙ୍କ ଆଶୀର୍ବାଦ ନିଅନ୍ତୁ।

ତୁଳା : ଆଜି ଆପଣଙ୍କୁ ମିଶ୍ର ଫଳ ପ୍ରଦାନ କରିବ। ଚାକିରୀରେ ନିଶ୍ଚିନ୍ତ ପଦୋନ୍ନତି ଯୋଗ ରହିଛି। ପରିବାରରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ। ଆୟର ପରିମାଣ ବୃଦ୍ଧି ପାଇବ। ବିଦ୍ୟାର୍ଥୀ ଲାଭବାନ ହେବେ। ବ୍ୟବସାୟ ଆଗକୁ ବଢ଼ିବ।

ବିଛା : ଆଜି ରାଜନୀତିରେ ପଦୋନ୍ନତିର ଯୋଗ ରହିଛି। ନୂଆ ଚାକିରି ଆଜି ଆପଣଙ୍କ ହାତ ପାଖରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ତାହା ଫଳପ୍ରଦ ହେବ। ଶିକ୍ଷାକ୍ଷେତ୍ରରେ ମାନସିକ ବିକାଶ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଧନୁ : ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ। ବନ୍ଧୁଙ୍କ ଗମନ ଗୃହକୁ ହେବ। କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ। ଧନ ଆଗମନର ସୂଚନା ରହିଛି। ବ୍ୟବସାୟ ଆଗକୁ ବଢିବ। କର୍ମକ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି।

ମକର : ଆଜି ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇ ଖୁସି ହେବେ। ପରିବାରର ସହଯୋଗ ମିଳିବ। ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ହୋଇ ପାରନ୍ତି। ଅଟକିଥିବା କାର୍ଯ୍ୟର ପୁନ ଆରମ୍ଭ ହେବ। ଗୃହସ୍ଥ ଜୀବନ ସୁଖମୟ ହେବ।

କୁମ୍ଭ : ନୂତନ ସ୍ଥାନ ପ୍ରାପ୍ତି କରିପାରନ୍ତି। ରାଜନୀତି ରେ ନୂଆ ବ୍ୟକ୍ତି ଙ୍କ ସହ ପରିଚୟ ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷା ରେ ସଫଳତା ଅର୍ଜନ କରିବେ। ଚାକିରି କ୍ଷେତ୍ର ରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। କଳହରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ଶାନ୍ତିରେ କଟିବ।

ମୀନ : ଆଜି ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଅଯଥା କଳହରେ ସମୟ ନଷ୍ଟ କରିବେ। ଗୃହରେ ସାମାଜିକ କାର୍ଯ୍ୟ ହୋଇପାରେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ। ବିଦ୍ୟାର୍ଥୀମାନେ ଚଞ୍ଚଳ ହେବେ। ଚାକିରିରେ ଉନ୍ନତି ଯୋଗ ରହିଛି।

SBI AD
Leave A Reply

Your email address will not be published.