ମେଷ : କୌଣସି ଖୁସି ଖବର ପାଇବେ। ଅଫିସରେ ସାଥିରେ କାମ କରୁଥିବା ଲୋକଙ୍କର ପୂରା ସହଯୋଗ ପାଇବେ। ନିଜ କ୍ୟାରିୟରରେ ସଫଳତାର ଖୁବ୍ ନିକଟବର୍ତ୍ତୀ ହେବେ।
ବୃଷ : କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା କରିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବନ୍ଧୁ ସହ ଲାଗି ରହିଥିବା ମତଭେଦ ଦୂର ହେବ।
ମିଥୁନ : ଆପଣଙ୍କ ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ନୂଆ ଲୋକଙ୍କ ସହିତ ମିଶିବା ଭବିଷ୍ୟତ ଲାଗି ଲାଭଦାୟକ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
କର୍କଟ : ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଅଫିସରେ କୌଣସି କାମକୁ ନେଇ ଅଧିକ ବ୍ୟସ୍ତ ରହିବେ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ।
ସିଂହ : ସବୁ କାମ ସହଜରେ ସଂପୂର୍ଣ୍ଣ ହେବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ଆପଣଙ୍କର ସଚ୍ଚୋଟତାରେ ପ୍ରଭାବିତ ହେବେ।
କନ୍ୟା : ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ଆକର୍ଷିତ ହେବ। ଆତ୍ମୀୟସ୍ବଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଚାକିରିଆଙ୍କର ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରେ।
ତୁଳା : ମନ ଚିନ୍ତାମୁକ୍ତ ରହିବ। ନୂଆ କାମରେ ରୁଚି ବଢ଼ିବ। ପରିବାର ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।
ବିଛା: ଭାବିଥିବା କାମ ଧୀରେଧୀରେ କରି ସଂପୂର୍ଣ୍ଣ ହେବ। ଅଚିହ୍ନା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।
ଧନୁ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କ୍ୟାରିୟରରେ ନୂଆ ସୁଯୋଗ ପାଇବେ। ଆର୍ଥିକ ପକ୍ଷ ମଜଭୁତ ହେବ। ଅବିବାହିତଙ୍କର ବିବାହ ଲାଗି କଥାବାର୍ତ୍ତା ଆରମ୍ଭ ହେବ।
ମକର : ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ରାସ୍ତାରେ ଯିବାବେଳେ ପ୍ରିୟ ବନ୍ଧୁ ସହ ଦେଖା ହୋଇପାରେ। ଜମି ସମସ୍ୟା ସମାପ୍ତ ହୋଇଯିବ।
କୁମ୍ଭ : ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ ବେପାର କରିବାକୁ ଚାହୁଁଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିବ।
ମୀନ : ଆପଣଙ୍କର ଶକ୍ତି ଭଲ କାମରେ ଲଗାଇବେ। କଳାକାରଙ୍କୁ ଦକ୍ଷତା ପ୍ରଦର୍ଶନ ଲାଗି ସୁଯୋଗ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ଆପଣଙ୍କ କାମ ସଂପୂର୍ଣ୍ଣ ହେବ।
