ଆଜିର ରାଶିଫଳ (ଶନିବାର)

ତା : ୧୧ / ୩ / ୨୦୨୩

ମେଷ : ନିଜ ବ୍ୟବହାରରେ ସଞ୍ଜମତା ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ବିରୋଧାଭାବ ଦେଖା ଦେବ। ପରିବାର ଲୋକଙ୍କଠାରୁ ଖୁସି ଖବର ମିଳିବ। ବ୍ୟବସାୟରେ ଏତେ ଲାଭ ହେବ ନାହିଁ। ପାରିବାରିକ ସମ୍ପର୍କ ସୁଦୃଢ ହେବ।

ବୃଷ : ସେବା ପୂଜାରେ ମନୋନିବେଶ କରିବେ। ବ୍ୟବସାୟୀମାନେ ରିସ୍କ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା। ରୋଜଗାରର ନୂଆପନ୍ଥା ଆଜି ଆପଣଙ୍କୁ ଦେଖା ଦେବ।

ମିଥୁନ : ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।

କର୍କଟ : ଲାଗି ରହିଥିବା ସମସ୍ୟାର ଆଜି ସମୂଳ ସମାଧାନ ହେବ। ରାଜନୈତିକ କ୍ଷେତ୍ରଟି କାଲି ଆପଣଙ୍କ ପାଇଁ ବହୁତ୍ ଶୁଭଦାୟକ ରହିଛି। ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖା ଯିବ। ନିବେଶ ପାଇଁ ଦିନଟି ଅନୁକୂଳ ରହିଛି। ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ସିଂହ : ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ। ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ। କର୍ମ କ୍ଷେତ୍ରରେ କିଛି ଲାଭଦାୟକ ପ୍ରୟାସ କରିବେ। ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆପନ୍ଥା ଦେଖାଯିବ।

କନ୍ୟା : ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ଗୃହରେ ଲାଗି ରହିଥିବା ସମସ୍ୟାର ଆଜି ସମାଧାନ ଖୋଜିବେ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ।

ତୁଳା : ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ଅଟକି ଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହେବ। ଚାକିରିରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ପାଠରେ ମନଯୋଗ ଦେବେ ନାହିଁ।

ବିଛା : ବନ୍ଧୁ ମିଳନର ଯୋଗ ରହିଛି। ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ। ପରିବାରରେ ସୁଖଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ।

ଧନୁ : ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ଯୋଗ ରହିଛି। ବ୍ୟବସାୟରେ ଅର୍ଥ ନିବେଶ କରିବେ। ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।

ମକର : ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଅବନତି ଘଟିବ। କର୍ମ କ୍ଷେତ୍ରରେ ନିଜକୁ ସଞ୍ଜତ କରି ରଖିବାକୁ ଚେଷ୍ଟା କରନ୍ତୁ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ହେବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ।

କୁମ୍ଭ : ମନୋବଳ ଦୃଢ଼ ରହିବ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଜୀବନ ସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଙ୍କଳ୍ପ ନେବେ।

ମୀନ : ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି। ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ। ବ୍ୟବସାୟରେ ଲାଭ ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗି ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।