ଆଜିର ରାଶିଫଳ (ଶୁକ୍ରବାର)

ତା : ୭ / ୪ / ୨୦୨୩

ମେଷ : କୌଣସି ବ୍ୟବସାୟିକ କାରବାରରୁ ଅର୍ଥ ଉପକୃତ ହେବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ । ଅଫିସରେ ସହକର୍ମୀଙ୍କ ସମର୍ଥନ ପାଇବେ। ପାରିବାରିକ ବିବାଦ ସମାପ୍ତ ହେବ। ରୋଗୀମାନେ ସେମାନଙ୍କ ବିଶେଷ ଯତ୍ନନେବା ଉଚିତ୍।

ବୃଷ : ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ମନରେ ଉତ୍ଥାନ-ପତନ ହେବ। ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି। ପରିବାରଠାରୁ ଦୂରରେ ରହିବାକୁ ପଡିପାରେ। ପରିଶ୍ରମ ଅଧିକ ହେବ।

ମିଥୁନ : ଧନ ଲାଭର ଯୋଗ ମଧ୍ୟ ରହିଛି। ସମ୍ମାନ ହାନୀ ହେବ ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇ ପାରନ୍ତି। ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ। ଦିନଟି ଉତ୍ତମ ଫଳ ପ୍ରଦାନ କରିବ ନାହିଁ।

କର୍କଟ : ଅଦରକାରୀ କାର୍ଯ୍ୟ କଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ। ଦିନଟିରେ ଶତ୍ରୁଙ୍କ ଭୟ ରହିବ। ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ। ନିବେଶ ପାଇଁ ଦିନଟି ଭଲ ରହିଛି।

ସିଂହ : ନୂତନ କର୍ମ ସଂସ୍ଥାନ ପାଇଁ ଆଗ୍ରହୀ ହେବେ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି। ପତି-ପତ୍ନୀଙ୍କଠାରୁ ଅଲଗା ହେବାର ପରିସ୍ଥିତି ସୃଷ୍ଟି ହୋଇ ପାରେ।

କନ୍ୟା : ନିଜ ବ୍ୟବହାରରେ ସଞ୍ଜମତା ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ବିରୋଧାଭାବ ଦେଖା ଦେବ। ପରିବାର ଲୋକଙ୍କ ଠାରୁ ଖୁସି ଖବର ମିଳିବ। ବ୍ୟବସାୟରେ ଏତେ ଲାଭ ହେବ ନାହିଁ। ପାରିବାରିକ ସମ୍ପର୍କ ସୁଦୃଢ ହେବ।

ତୁଳା : ଲାଗି ରହିଥିବା ସମସ୍ୟାର ଆଜି ସମୂଳ ସମାଧାନ ହେବ। ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ରାଜନୈତିକ କ୍ଷେତ୍ରଟି ଆଜି ଆପଣଙ୍କ ପାଇଁ ବହୁତ୍ ଶୁଭଦାୟକ ରହିଛି। ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖା ଯିବ। ନିବେଶ ପାଇଁ ଦିନଟି ଅନୁକୂଳ ରହିଛି। ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ବିଛା : ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ। ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ। କର୍ମ କ୍ଷେତ୍ରରେ କିଛି ଲାଭ ଦାୟକ ପ୍ରୟାସ କରିବେ। ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ।

ଧନୁ : ସେବା ପୂଜାରେ ମନୋନିବେଶ କରିବେ। ଭକ୍ତି ଭାବରେ ଦିନଟି କଟିବ। ବ୍ୟବସାୟୀମାନେ ରିସ୍କ ନେଇ କାର୍ଯ କଲେ ସଫଳତା ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା। ରୋଜଗାରର ନୂଆ ପନ୍ଥା ଆଜି ଆପଣଙ୍କୁ ଦେଖା ଦେବ।

ମକର : ଗୃହରେ ଲାଗି ରହିଥିବା ସମସ୍ୟାର ଆଜି ସମାଧାନ ଖୋଜିବେ। ମକର ରାଶି ପାଇଁ ଆଜି ଘାତ ଚନ୍ଦ୍ର। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ।

କୁମ୍ଭ : ବନ୍ଧୁ ମିଳନର ଯୋଗ ରହିଛି। କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ। ନିଜ ପରାକ୍ରମ ବଳରେ ଶତୃଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ।

ମୀନ : ଯଶ ହାନି ଘଟିବାର ସମ୍ଭାବନା ରହିଛି। ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ। ପଡୋଶୀଙ୍କ ସହ ମତଭେଦ ହୋଇ ପରେ। ପିତାମାତାଙ୍କ ସେବାରେ ସମୟ ଅତିବାହିତ ହେବ। ବ୍ୟବସାୟରେ ଅର୍ଥ ଫେରି ପାଇବା ବିଳମ୍ବ ହେବ। ଛାତ୍ରଛାତ୍ରୀମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ।