ଆଜିର ରାଶିଫଳ (ସୋମବାର)

ତା : ୧୦/୪ /୨୦୨୩

ମେଷ : ପରିବାରରେ ଚାହୁଁ ନ ଥିଲେ ମଧ୍ୟ ବାହ୍ୟ ସମସ୍ୟା ଆସି ପହଞ୍ଚିବ । ଆର୍ଥିକ ବ୍ୟୟ ଅଧିକ ହେବ । ବ୍ୟବସ୍ଥାରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇ ନ ପାରେ । ଅଙ୍ଗରେ କ୍ଳେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବୃଷ : ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ । ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି । ସର୍ବ କାର୍ଯ୍ୟରେ ସିଦ୍ଧି ଘଟିବ । ଧାର ଦେଇଥିବା ପଇସା ସୋମବାର ଆପଣ ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ ।

ମିଥୁନ : କର୍ମ କ୍ଷେତ୍ର ରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ । କୌଣସି ସ୍ଥାନରୁ ଶୁଭ ଖବର ପ୍ରାପ୍ତ ହେବ। ରୋଜଗାର ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କ୍ୟାରିୟରକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିବେ ।ବ୍ୟବସାୟୀ ମାନେ ଦୂର ଯାତ୍ରା କରି ପାରନ୍ତି।

କର୍କଟ : କର୍ମ ସଂସ୍ଥାନ ରେ ପ୍ରଶଂସା ମିଳିବ । ଅର୍ଥ ବିଷୟକ ଚିନ୍ତା ରେ ରହିବେ । ପତ୍ନୀଙ୍କ କଥା ମନି ଚାଲିଲେ ଦିନଟି ଅଧିକ ଭଲ ହେବ । ବାକି ଥିବା କାର୍ଯ୍ୟ କାଲି ସଂପୂର୍ଣ୍ଣ ହେବ । ବ୍ୟବସାୟରେ କିଛି ନୂଆ କରିବାର ଆଶାରେ ରହିବେ । ଛାତ୍ର ଛାତ୍ରୀ ମାନେ ଉନ୍ନତି ପଥ ଅନୁସରଣ କରିବେ ।

ସିଂହ : ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ନୂତନ କିମ୍ବା ପୁରୁଣା କାର୍ଯ୍ୟରେ ହାନି ଘଟି ପାରେ । ମାଲି ମାକୋଦ୍ଦମା କୁ କାଲି ସମୂର୍ଣା କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ଛାତ୍ର ଛାତ୍ରୀମାନେ ପାଠରେ ଯଥେଷ୍ଟ ମନଯୋଗ ଦେବେ ।

କନ୍ୟା : ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ । ହଠାତ୍ ଧନ ପ୍ରାପ୍ତିର ଯୋଗ ଆପଣଙ୍କର ରହିଛି । ଦେହ ମନ ସୁସ୍ଥ ରହିବ। ବ୍ୟବସାୟ ରେ ବାକି ରହିଥିବା କାର୍ଯ୍ୟ ର ଆରମ୍ଭ ହେବ । ପାରିବାରିକ ଜୀବନ ସୁଖ ମୟ ହେବ ।ଛାତ୍ର ଛାତ୍ରୀ ମାନେ ଖେଳକୁଦ ରେ ବିଜୟ ହାସଲ କରିବେ ।

ତୁଳା : ଆର୍ଥିକ ବ୍ୟୟ ହେବା । ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ଅନେକ ସମ୍ମାନ ପ୍ରାପ୍ତି କରିବେ । ବ୍ୟବସାୟରେ ଉନ୍ନତି ଦେଖିବାକୁ ମିଳିବ ବଡ଼ ସଫଳତା ମିଳି ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଅଧିକ ପରିଶ୍ରମରେ ଦିନଟି କାଟିବ । ଛାତ୍ର ଛାତ୍ରୀ ମାନେ ସମୟ ନଷ୍ଟ କରିବେ ।

ବିଛା : ବିଛା ରାଶିକୁ ଆଜି ଶ୍ରୀ ଚନ୍ଦ୍ର । ଅନ୍ୟ ସ୍ଥାନକୁ ଭ୍ରମଣର ଯୋଗ ରହିଛି ପତ୍ନୀଙ୍କ ସହଯୋଗ ମିଳିବ । ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ । ଆର୍ଥିକ ସ୍ଥିତି ମଧ୍ୟମ ରହିବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ହୋଇ ପାରେ ।

ଧନୁ : ତଳିପେଟ ରେ ଯନ୍ତ୍ରଣା ଦେଖା ଦେବ । ଶାରୀରିକ ସମସ୍ୟା ଦେଖା ଦେବ । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମରେ ଅଳ୍ପ ଲାଭ । ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

ମକର : ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ସହିତ ,ଦାମ୍ପତ୍ୟ ଜୀବନ ସୁଖ ମୟ ହେବ । ପରିବାରରେ ସୁଖ ସମ୍ମାନ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କିଛି ନୂଆ କରିବାକୁ ପ୍ରେରଣା ମିଳିବ ।

କୁମ୍ଭ : ନିଜ କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ । ନହେଲେ ଅସୁବିଧାରେ ସମ୍ମୁଖୀନ ହେବେ । ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ମିତ୍ର ଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କିଛି ନୂଆ କରିବାକୁ ପ୍ରେରଣା ମିଳିବ । ମାନ ପ୍ରଫୁଳିତ ରହିବ।

ମୀନ : ଲାଗି ରହିଥିବା ମାଲି ମକୋଦ୍ଦମାର କାଲି ଅନ୍ତ ଘଟିବ । ଛଳନା ଓ ଛନ୍ଦ କପଟର ଶିକାର ହୋଇ ପାରନ୍ତି । ସରକାରୀ ଯୋଜନାର ସଂପୂର୍ଣ୍ଣ ଲାଭ ମିଳିବ । ଛାତ୍ର ଛାତ୍ରୀ ମାନେ କ୍ୟାରିୟର ପ୍ରତି ଅଧିକ ଯତ୍ନବାନ ହେବେ । ମନ ରେ ବିଷାଦ ଭାବ ରହିବ ।