ଆଜିର ରାଶିଫଳ (ବୁଧବାର)

ତା : ୧୨ / ୮ /୨୦୨୦

ମେଷ : ନୂଆ ଉତ୍ସରୁ ରୋଜଗାର ହେବ। ଅଫିସରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରେରଣା ମିଳିବ। ଛାତ୍ରୀଙ୍କ ଲାଗି ଦିନଟି ଶିକ୍ଷଣୀୟ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ବୃଷ : ବନ୍ଧୁମାନଙ୍କ ସହ ଗପସପରେ ସମୟ ବିତିବ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ମିଳିପାରେ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

ମିଥୁନ : ବ୍ୟବସାୟରେ ପରିବାରର ସହଯୋଗ ଲୋଡ଼ିବେ। କୌଣସି ସମାଧାନ କାର୍ଯ୍ୟ ତରବରିଆ ଭାବେ କରନ୍ତୁ ନାହିଁ। ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

କର୍କଟ : ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟବସାୟୀ ନୂଆ କ୍ଷେତ୍ରରେ ଅର୍ଥ ବିନିଯୋଗ କରନ୍ତୁ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

ସି˚ହ : ଆପଣଙ୍କୁ କ୍ୟାରୟର୍ ଗଢ଼ିବାର ସୁଯୋଗ ମିଳିପାରେ। ନୂଆ ଲୋକଙ୍କ ସହିତ ସମ୍ପର୍କ ହେବ। ଦାମ୍ପତ୍ୟ ଜୀବନରେ ଶ୍ରଦ୍ଧା ବଜାୟ ରହିବ। ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

କନ୍ୟା : ଆପଣଙ୍କ ମନ ଶାନ୍ତ ଓ ଚିନ୍ତାମୁକ୍ତ ରହିବ। ଚାକିରିଆଙ୍କୁ ଅଫିସରେ ଭଲ ଖବର ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ତୁଳା : ପରିବାରରେ ଲାଗି ରହିଥିବା ଝଗଡ଼ାର ସମାଧାନ ହୋଇପାରେ। ବଡ଼ ନିଷ୍ପତ୍ତି ନେଇ ବନ୍ଧୁ ଓ ଜୀବନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ। ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

ବିଛା : ରଚନାତ୍ମକ କାର୍ଯ୍ୟରେ ସମୟ ବିତିବ। ନୂଆ କାରବାରରେ ଭାଗ୍ୟ ସାଥ୍‌ ଦେବ। ଛାତ୍ରଙ୍କର ଅଧୢୟନରେ ମନ ଲାଗିବ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ଧନୁ : ବନ୍ଧୁଙ୍କ ସହଯୋଗରେ ଆଗକୁ ବଢ଼ିବେ। ନୂଆ ଦାୟିତ୍ବ ଗ୍ରହଣ ନିର୍ବାହ କରିବାକୁ ପଡ଼ିବ। ବ୍ୟବସାୟରେ ଲାଭ ହେବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ମକର : କୌଣସି କାମରେ ଆଶାରୁ ଅଧିକ ଲାଭ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ହୋଇପାରେ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

କୁମ୍ଭ : ମାନସିକ ଅବସାଦରୁ ମୁକ୍ତି ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ। ଘରକୁ ଅତିଥି ଆସିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ମୀନ : ମନରେ ସକାରାତ୍ମକ ବିଚାର ଉତ୍ପନ୍ନ ହେବ। ଜୀବନସାଥୀଙ୍କ ସହିତ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ । ଶୁଭ ରଙ୍ଗ ନୀଳ । ଶୁୃଭ ଅଙ୍କ ୭ ।