ମେଷ : ବନ୍ଧୁଙ୍କ ସମ୍ବନ୍ଧରେ ଶୁଣା କଥାକୁ ବିଶ୍ୱାସକରି ହଇରାଣରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନ ତଥା ବିଭିନ୍ନ ସୂତ୍ରରୁ ରୋଜଗାର କରିବେ । ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟହାନିର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।
ବୃଷ : ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ସାହାଯ୍ୟକାରୀ ମନୋବୃତ୍ତି ପୋଷଣ ଦ୍ୱାରା ଆତ୍ମୀୟଙ୍କ ନିକଟତର ହୋଇ ଶ୍ରଦ୍ଧା ଓ ସମ୍ମାନ ପାଇବେ । ଆଲୋଚନାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆଉଥରେ ଚିନ୍ତା କରିବା ଭଲ ହେବ ।
ମିଥୁନ : ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ମୁଣ୍ଡରେ ହାତଦେଇ ବସିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଲେ ମଧ୍ୟ ଲାଭ ପରିମାଣ କମିବ ନାହିଁ । କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହୋଇପାରନ୍ତି ।
କର୍କଟ : ସରକାରୀ ସ୍ତରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବରଟି ଆଜି ପାଇବାର ସମ୍ଭାବନା ରହିଛି । କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ । ପାରିବାରିକ କ୍ଷେତ୍ରରେ ସମସ୍ୟା କେତେକାଂଶରେ କମି କମି ଆସିବ ।
ସିଂହ : ବନ୍ଧୁଙ୍କ ପରାମର୍ଶ ନେଇ କାଯର୍ୟ କଲେ ଉପକୃତ ହେବେ । ଶତ୍ରୁତାର ଅବସାନ ଘଟାଇବା ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି । ପ୍ରତିବନ୍ଧକ ମଧ୍ୟରେ ଅଟକି ରହିଥିବା କାମଟି ପାରିବାରିକ ସମର୍ଥନ ହେତୁ ତ୍ୱରାନ୍ବିତ ହେବ ।
କନ୍ୟା : ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ । ପରିବାରର ଆବଶ୍ୟକତାକୁ ଯଥା ସମୟରେ ପୂରଣ କରିବାରେ ସମର୍ଥ ହେବେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି । ଅଭାବ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ ।
ତୁଳା : ଅଧିକାଂଶ କ୍ଷେତ୍ରରେ ନିଜର ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ । ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ପତିକ୍ରିୟାଶୀଳ ମନୋବୃତ୍ତିର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ ।
ବିଛା : ଆପଣଙ୍କ କଥା ଓ କାର୍ଯ୍ୟରେ ବିରକ୍ତିଭାବ ପ୍ରତିଫଳିତ ହୋଇ ଅନ୍ୟମାନଙ୍କ ଚକ୍ଷୁଶୂଳର କାରଣ ପାଲଟିଯିବ । ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଯେଉଁ ଜିନିଷ ପାଇବା ପାଇଁ ଆଶା ବାନ୍ଧିଛନ୍ତି ।
ଧନୁ : ପରିବାରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି । ସାମାଜିକ ସ୍ତରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ମାନସିକ ସ୍ଥିତି ବିଗିଡି ଯାଇପାରେ । ଜଣେ ବନ୍ଧୁଙ୍କ କ୍ରୂର ବ୍ୟବହାରକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ ।
ମକର : ଆପଣଙ୍କ ମନକୁ ସୁହାଇଲା ଭଳି କଥା ବାହାର ଲୋକଙ୍କୁ ବାନ୍ଧି ରଖିବାରେ ସମର୍ଥ ହେବ । ବାରମ୍ବାର ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ନୂତନ କାମଟି ଆରମ୍ଭ କରୁ କରୁ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇ ନ ପାରେ ।
କୁମ୍ଭ : କର୍ମକ୍ଷେତ୍ରରେ ସତକଥା କହି ବିବାଦୀୟ ହୋଇପଡିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମ୍ବାଦିକତା କ୍ଷେତ୍ରରେ ମନ ମୁତାବକ ସୁବିଧା ସୁଯୋଗ ପାଇବେ । ଦେଣନେଣ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି । ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ ।
ମୀନ : ପ୍ରତ୍ୟେକ କ୍ଷେତ୍ରରେ ଅସ୍ବାଭାବିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ସମସ୍ୟା ଭିତରେ ରହିଥିଲେ ମଧ୍ୟ ଆଜି ବିଭିନ୍ନ ସୂତ୍ରରୁ ଅଧିକ ଧନ ପାଇ ଖୁସି ହେବେ । ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିବେ, କିନ୍ତୁ ପରକ୍ଷଣରେ ଭୁଲ୍ ବୁଝାମଣା ଦୂର ହୋଇଯିବ । ପରିବାରର ଅଭିଯୋଗକୁ ଠିକ୍ ଭାବେ ବୁଝି ପାରିବେ ନାହିଁ ।