ମେଷ : ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି । ଆର୍ଥିକ ସମସ୍ୟା ପାରିବାରିକ ଆବଶ୍ୟକତାକୁ ଅଟକାଇଦେଇପାରେ । ନିର୍ମାଣ, ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍, ମାଲିମକଦ୍ଦମା ପ୍ରଭୃତିରେ ସଫଳତା ପାଇବେ ।
ବୃଷ : ଆଜି ଅର୍ଥ ଓ ସମ୍ମାନ ସାଙ୍ଗକୁ ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ମିଳିବ । ବ୍ୟୟଭାର ବୃଦ୍ଧି ପାଇଲେ ମଧ୍ୟ ଅଧାପନ୍ତରିଆ କାମକୁ ପୁରା କରିବା ସୂଚନା ରହିଛି । ସାମାଜିକ ସ୍ତରରେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି ।
ମିଥୁନ : ମାନସିକ ସ୍ଥିତି ଓ ଅସ୍ଥିର ରହିବା ସହ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଆର୍ଥିକ ଅଭିବୃଦ୍ଧି, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ତଥା ସାମଜିକ ସମ୍ମାନ ଦାନରେ ସହାୟକ ହେବ । କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ ।
କର୍କଟ : ଆଜି ରୋଗପୀଡ଼ା କମ ହେବ ଏବଂ ଋଣ ପରିଶୋଧ ହେବ । ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ, ଯାହାକି ନୂତନ ସମସ୍ୟାକୁ ଜନ୍ମଦେଇପାରେ ।
ସିଂହ : ମାନସିକ ସ୍ଥିତି ଭଲ ନ ଥିବାରୁ ପ୍ରତ୍ୟେକ କଥାକୁ ନକାରାମତ୍କ ଦୃଷ୍ଟିକୋଣରୁ ଚିନ୍ତାକରିବେ । ପରକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି । ଆଜି ଗୃହସୀମା ସମ୍ପର୍କିତ ସମସ୍ୟାଜନିତ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ।
କନ୍ୟା : ବନ୍ଧୁବର୍ଗଙ୍କ ସହ ଖୁସିର ସମୟ କାଟିବେ । ଆମତ୍ବିଶ୍ୱାସ ବଳରେ ପରିସ୍ଥିତିକୁ ସାମ୍ନା କରିପାରିବେ । ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ନିଷ୍ପତ୍ତି ବଦଳାଇ ସମାଲୋଚିତ ହେବେ ।
ତୁଳା : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସମୟୋପଯୋଗୀ ପଦକ୍ଷେପ ନେଇ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ । ପରିବାରରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିପାରେ । ବନ୍ଧୁଙ୍କ ସହାୟତାରେ ବହୁ ଯୁକ୍ତିତର୍କ ପରେ ଯାଇ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।
ବିଛା : ଆପଣଙ୍କ କଠୋର ନିଷ୍ପତ୍ତି ପାରିବାରିକ ଜୀବନକୁ ଦୋହଲାଇଦେଇପାରେ । ବାହାର ଦୁନିଆରେ ବନ୍ଧୁଙ୍କୁ ଉପଯୁକ୍ତ ପ୍ରେରଣା ଦେଇ ପ୍ରଶଂସିତ ହେବେ । ଆଜି କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଭଲ କାମ କଲେ ମଧ୍ୟ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ ।
ଧନୁ : ଆଜି ସାଙ୍ଗମାନଙ୍କ ସହିତ ବାହାରକୁ ଯାଇପାରନ୍ତି । ବିଭିନ୍ନ ସମସ୍ୟା ମଧ୍ୟରେ ବନ୍ଧୁ ଓ ପଡ଼ୋଶୀଙ୍କ ସାହାଯ୍ୟର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଆଜିର ଦୁଶ୍ଚିନ୍ତାର କାରଣ ହୋଇପାରେ ।
ମକର : ପାରିବାରିକ ଓ କର୍ମକ୍ଷେତ୍ରରେ ଟେନ୍ସନ କମିଯିବ ଓ ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ହେବନାହିଁ । ରାଜନୀତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରେଇବାରେ ସାମାନ୍ୟ ବିଳମ୍ବ ଘଟିପାରେ । ବିଶେଷ କିଛି କାରଣ ନ ଥାଇ ମଧ୍ୟ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ ।
କୁମ୍ଭ : ଅସମ୍ପୂର୍ଣ୍ଣ କାମକୁ ଆଜି ପୁରାକରି ଆଶ୍ୱସ୍ତି ଅନୁଭବ କରିବେ । ମାଲି ମାକଦ୍ଦମାରେ ସଫଳତା ହାସଲ କରିବେ ଏବଂ ସାମାଜିକ କ୍ଷେତ୍ର ସରଳୀକୃତ ରହିବ । ଦେହ ଭଲ ରହିବ, ମାତ୍ର ଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି । ଧର୍ମକାର୍ଯ୍ୟରେ ବ୍ୟୟ କିମ୍ବା ଦୂରଯାତ୍ରାର ମସୁଧା କରିବେ ।
ମୀନ : ଶତ୍ରୁତାର ଅବସାନ ଘଟିବ । ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହ ସାଧନକରି ଆଶ୍ୱସ୍ତି ଲଭିବେ । ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ, ପରୋକ୍ଷ ଶତ୍ରୁତା, ବ୍ୟବସାୟିକ ସମସ୍ୟା ଦେଖାଦେଇପାରେ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି ।