ମେଷ : ଆଜି ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୁରା କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ଏବଂ ଧାରକରଜ କରିବାକୁ ପଡ଼ିବ ।
ବୃଷ : ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଏବଂ ଆମଦାନୀ କାରବାରରେ ଲାଭବାନ ହେବେ । ଅଟକି ରହିଥିବା କାମଟିକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହେବେ ।
ମିଥୁନ : ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ । ଅଫିସ୍ରେ ଆଜି ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ ।
କର୍କଟ : କୌଣସି ସମସ୍ୟା ସମ୍ବନ୍ଧରେ ଆଲୋଚନା କରି ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୈାଣସି ଭୁଲ୍ କରିପାରନ୍ତି ।
ସିଂହ : ସ୍ଥଗିତ କାମଗୁଡ଼ିକ ଶୀଘ୍ର ଶେଷ କରିବାକୁ ଆଶାକରି ବ୍ୟସ୍ତ ହୋଇପଡ଼ିବେ । ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ ଏବଂ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି । ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ କଥା କହି ବିରୋଧୀ ହୋଇପାରନ୍ତି । ପିଲାଙ୍କ ସଫଳତାରେ ଉତ୍ଫୁଲ୍ଲିତ ହେବେ ।
କନ୍ୟା : କ୍ରମଶଃ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ । ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ । ଆଜି ଅପରାହ୍ନରେ ଖୋଜୁଥିବା ଜିନିଷ ପାଇବେ । କନ୍ୟାଙ୍କ ବିବାହ ପ୍ରସ୍ତାବ ନେଇ ଜଣେ ବ୍ୟକ୍ତି ହଠାତ୍ ଆସିପାରନ୍ତି ।
ତୁଳା : ବନ୍ଧୁଙ୍କ ସମ୍ମୁଖରେ ମନକଥା ପ୍ରକାଶ କରିପାରିବେ ନାହିଁ । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ଅଫିସ୍ରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ।
ବିଛା : ସ୍ଥଗିତ ରହିଥିବା କାମର ସରଳ ସମାଧାନ ହୋଇଯିବ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆଜିର ପ୍ରାତଃ ଭ୍ରମଣ ବେଶ୍ ଆନନ୍ଦଦାୟକ ହେବ । ହଠାତ୍ କୌଣସି ବନ୍ଧୁଙ୍କ ଡାକରା ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ ।
ଧନୁ : ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ । ପାରିବାରିକ ସ୍ଥିତି ଓ ପରିବହନ ପ୍ରଭୃତିରେ ଅଶା ପୂରଣ ହେବ ।
ମକର : ମାନସିକ ଦ୍ୱନ୍ଦ୍ୱ, ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ । ମିତ୍ରମାନେ ସହଯୋଗର ହାତ ବଢାଇବେ ଏବଂ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
କୁମ୍ଭ : ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି । ଗଠନମୂଳକ କାର୍ଯ୍ୟ ପ୍ରତି ମନ ବଳିପାରେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ ।
ମୀନ : କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ । ପରିସ୍ଥିତିବଶତଃ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ । ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଆପଣଙ୍କୁ ସାକ୍ଷାତ କରିବା ସକାଶେ ଘରକୁ ବନ୍ଧୁ କେହି ଆସିପାରନ୍ତି ।