ଆଜିର ରାଶିଫଳ (ମଙ୍ଗଳବାର)

ତା : ୦୧/୦୪/୨୦୨୫

0

ମେଷ : ଆଜି ପରିବାର ଲୋକଙ୍କ ସହ ଯାତ୍ରାରେ ସଫଳତା ମିଳିବ । ସଭାସମିତିରେ ନିଜର ସୀମା ଭିତରେ ନ ରହିଲେ ସାଧାରଣ କଥାରେ ସମସ୍ୟା ଆସିପାରେ । କଚେରି ମାମଲାର ଶୁଣାଣିରେ ବିଳମ୍ବ ଜନିତ କ୍ଷୋଭ ପ୍ରକାଶ କରିପାରନ୍ତି ।

ବୃଷ : କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ । ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ । ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।

ମିଥୁନ : ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ସାହିତ୍ୟ, କଳା, ବିଜ୍ଞାନ ଓ ସଭାସମିତିରେ ସଫଳତା ହାସଲ କରିବେ ।

କର୍କଟ : ନିର୍ମାଣ, ଯୋଗାଯୋଗ, ପ୍ରେସ୍‌, ପବ୍ଲିକେଶନ, ଆଲୋଚନା ଓ ସଭାସମିତିରେ କାମ ସୁରୁଖୁରୁରେ ସମ୍ପନ୍ନ ହେବ । କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଆଜି ସରକାରୀ କ୍ଷେତ୍ରରୁ ଅର୍ଥଲାଭର ଆଶା ରହିଛି ।

ସିଂହ : ଆଜି ହଠାତ୍‌ କୌଣସି ଯୋଜନା ଆରମ୍ଭ କରିପାରନ୍ତି । ସନ୍ତାନଙ୍କ ସମସ୍ୟା ବିଷୟ ଚିନ୍ତାକରି ମାନସିକ ଶାନ୍ତି ବ୍ୟାହତ ହୋଇପାରେ । କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ । ପରିବାରର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ ।

କନ୍ୟା : ବିଭିନ୍ନ ସମସ୍ୟାରେ ବ୍ୟତିବ୍ୟସ୍ତ ହୋଇ ଆପଣ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ ଅର୍ଥ ଲାଭ କରିପାରନ୍ତି । ପରୋକ୍ଷ ଶତ୍ରୁତା କାରଣରୁ ସୁଯୋଗ ହାତଛଡା ହୋଇପାରେ । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାରେ ପଡ଼ିବେ ।

ତୁଳା : ଦୀର୍ଘଦିନର କେତେକ ଅପୂରଣୀୟ ଆଶା ମନରେ ଆଲୋଡ଼ନ ସୃଷ୍ଟି କରିବ । ଆଜି ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ । କଳା, ସାହିତ୍ୟ, ସାମ୍ବାଦିକତାରେ ଉଚ୍ଚ ପ୍ରଶଂସା ପାଇବେ ।

ବିଛା : ଆଜି ଯାତ୍ରା, ଚେଷ୍ଟା କରୁଥିବା କାମ, ଲକ୍ଷ୍ୟ ପ୍ରାପ୍ତିର ଆଶା ନିରର୍ଥକ ହେବ ନାହିଁ । ଯାହାକୁ ନିଜର ମନେ କରୁଛନ୍ତି, ସେହିମାନେ ହିଁ ପ୍ରଶଂସା ଓ ପ୍ରତିଷ୍ଠା ପ୍ରତି ଈର୍ଷାନ୍ବିତ ହେବେ । ଅଫିସରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ କିନ୍ତୁ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ ।

ଧନୁ : ବ୍ୟବସାୟ, ପରିବହନ, ପ୍ରକାଶ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ନିଜର ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡ଼ିବା ସକାଶେ ଆପ୍ରାଣ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ ।

ମକର : କୌଣସି ଖବର ପାଇ ଖୁସି ହୋଇପାରନ୍ତି । ଶିଳ୍ପ, ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସାମାଜିକ ସ୍ତରରେ ନୀରବଦ୍ରଷ୍ଟା ଭଳି କାମ କରିବା ସକାଶେ ବାଧ୍ୟ ହେବେ ।

କୁମ୍ଭ : ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ମନରେ ସରସତା ରହିବ ନାହିଁ । କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ନିଜର କାର୍ଯ୍ୟଦକ୍ଷତା ହେତୁ ବନ୍ଧୁମାନଙ୍କ ଗହଣରେ ପ୍ରଶଂସିତ ହେବେ ।

ମୀନ : ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ । ଦୀର୍ଘ ଦିନରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ମନଗଢ଼ା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ରାଜନୀତି, ନିର୍ମାଣ, ବାଣିଜ୍ୟ କ୍ଷେତ୍ରରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି ।

Leave A Reply

Your email address will not be published.