ମେଷ : ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି । ବନ୍ଧୁଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ ।
ବୃଷ : ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ସାମାଜିକ ସ୍ତରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ।
ମିଥୁନ : କର୍ମକ୍ଷେତ୍ରରେ ଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟା ଗୁଡିକର ମୁକାବିଲା କରିବାରେ ସମର୍ଥ ହେବେ । ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ ।
କର୍କଟ : ଆକସ୍ମିକ ଭାବରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ । ଗୁରୁଜନଙ୍କ ସାନ୍ତ୍ବନା ବାଣି ସାମୟିକ ଭାବରେ ମନରେ ଆଶ୍ୱସ୍ତି ଭରିପାରେ । ନୂତନ କର୍ମସସ୍ଥାନ ପାଇଁ ମନ ବଳିବ, ଏବଂ କୃତକାର୍ଯ୍ୟ ମଧ୍ୟ ହେବେ ।
ସିଂହ : ପାରିବାରିକ କ୍ଷେତ୍ରର ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିିଜର କାର୍ଯ୍ୟ ହାସଲ କରିନେବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
କନ୍ୟା : ଇର୍ଷାାପରାୟଣ ମନୋଭାବ ନେଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ବନ୍ଧୁଗହଣରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି । କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରାଦିରେ ସମସ୍ୟା ସମାଧାନ ହୋଇଯିବ ।
ତୁଳା : ବନ୍ଧୁଙ୍କ ନିକଟରୁ ମିଷ୍ଟାନ୍ନ ଲାଭରୁ ମନ ଖୁସି ରହିବ । ଅନ୍ୟମନସ୍କତା କାରଣରୁ କେତେକ ଭୂଲ୍ କରିବା ଦ୍ୱାରା ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ସାମ୍ବାଦିତକତା ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।
ବିଛା : ସହକର୍ମୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୂଲ ମାର୍ଗର ଅନୁସରଣ କରିବେ । ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।
ଧନୁ : ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । କର୍ମକ୍ଷେତ୍ର ପ୍ରତି ଉଦାସୀନ ରହି ସମାଲୋଚିତ ହେବେ, ଏଣୁ ଭାବିଚିନ୍ତି କାମ କରିବା ଭଲ ହେବ ।
ମକର : କେତେକ କ୍ଷେତ୍ରରେ ଅନ୍ୟମନସ୍କ ହୋଇ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି । ଅଫିସିଆଲି କାମରେ ଅପରାହ୍ନରେ ସମସ୍ୟାର ସମଧାନ ହୋଇଯିବ । ସାମୟିକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ।
କୁମ୍ଭ : ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । ଅସମର୍ଥିତ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ନିକଟରୁ ଦୂରେଇ ରହିବା ଭଲ ହେବ ।
ମୀନ : ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ ଏବଂ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ । ବନ୍ଧୁ ମାନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । ସାମୟିକ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିପାରେ ।