ମେଷ: ଅଚାନକ ଧନଲାଭ ଯୋଗ ଅଛି। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରିୟଜନ ଆପଣଙ୍କୁ ବାହାରକୁ ବୁଲି ଯିବା କହିବେ।
ବୃଷ: ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ। ବେପାରରେ ଭଲ ଲାଭ ହୋଇପାରେ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।
ମିଥୁନ: ଆପଣଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟ ପ୍ରାପ୍ତିର ସାଧନରେ ବୃଦ୍ଧି ହେବ। ଜମି ବ୍ୟବସାୟୀଙ୍କୁ ବଢ଼ିଆ ଜମି ଭଲ ଦାମରେ ମିଳିଯିବ।
କର୍କଟ: ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଯୋଗାଯୋଗରେ ବ୍ୟବସାୟ ସମ୍ବନ୍ଧୀୟ ଭଲ ସୂଚନା ପାଇବେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ।
ସିଂହ: କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ପାଖ ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହେବ। ଚାକିରି ଖୋଜୁଥିବା ଲୋକ ଭଲ ଚାକିରି ପାଇବେ।
କନ୍ୟା: କୌଣସି କାମକୁ ନେଇ ଚେଷ୍ଟାରେ ସଫଳତା ପାଇବେ। ମୋବାଇଲି ଓ ଇମେଲରେ ଭଲ ଖବର ପାଇବେ। ବଲ୍ୟବନ୍ଧୁ ସହିତ ଦୀର୍ଘଦିନ ପରେ ଦେଖା ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ନିଜକୁ ସୁସ୍ଥ ଓ ସବଳ ଅନୁଭବ କରିବେ।
ତୁଳା: ବଡ଼ ଓ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଚେଷ୍ଟା କରିବେ। ଅଫିସରେ ଅଧିକାରୀମାନଙ୍କ ସହଯୋଗ ପାଇବେ। ସ୍ଥଗିତ ଥିବା କାମରେ ଆପଣଙ୍କ ଅନୁଭବ କାମର ଆସିବ।
ବିଛା :ଆପଣଙ୍କ ରୁଟିନରେ କିଛି ପରିବର୍ତ୍ତନ ଆସିବ। ନୂଆ କୌଶଳର ସାହାରା ନିଅନ୍ତୁ କାମ ସହଜ ହେବ। ବିରୋଧୀ ପକ୍ଷ ଆପଣଙ୍କ ସାମନାରେ ମତମସ୍ତକ ହେବେ। ଛାତ୍ରଛାତ୍ରୀ ପାଇଁ ସମୟ ଅନୁକୂଳ ରହିବ।
ଧନୁ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପିଲାଙ୍କ କ୍ୟାରିୟର ପାଇଁ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
ମକର: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ପ୍ରସଦ୍ଧି ବଢ଼ିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ବାଦ ବିବାଦ ଠାରୁ ନିଜକୁ ଦୂରରେ ରଖନ୍ତୁ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଚାକିରିଜୀବୀଙ୍କର ଦୂରସ୍ଥାନକୁ ବଦଳି ହୋଇପାରେ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ।
ମୀନ: ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବେପାରରେ ଧନଲାଭର ଅବସର ପାଇବେ। ସମସ୍ତଙ୍କ ସହିତ ପ୍ରେମଭାବ ବଜାୟ ରଖନ୍ତୁ।
