ଆଜିର ରାଶିଫଳ (ଗୁରୁବାର)

ତା : ୭ / ୧ / ୨୦୧୧

ମେଷ : ଆପଣଙ୍କୁ ବନ୍ଧୁମିଳନ ସହ ଅର୍ଥ, ଉଚ୍ଚସମ୍ମାନ ପ୍ରଦାନ କରିବ । ଆଶା କରିଥିବା କାର୍ଯ୍ୟଟିରେ ସଫଳତା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡିପାରେ ।

ବୃଷ : ବିଭିନ୍ନ ପ୍ରକାରର ଝମେଲା ଭିତର ଦେଇ ଯିବାକୁ ପଡୁଥିବାରୁ ସମ୍ପୂର୍ଣ୍ଣଭାବେ ଶାନ୍ତି ଓ ସନ୍ତୋଷ ଆସିବ ନାହିଁ । ନିର୍ଦ୍ଦିଷ୍ଟ ଦିଗରୁ ଅର୍ଥ ଓ ସମ୍ମାନ ପାଇବାରେ କିଛି ଅସୁବିଧା ରହିବ ନାହିଁ ।

ମିଥୁନ : ମାନସିକ ଅସ୍ଥିରତା କାରଣରୁ କୋଣସି କାମରେ ମନ ଲାଗିବ ନାହିଁ । ସଦା ବେଳେ ଝଗଡା କରିବାକୁ ଚାହିଁ ବସିଥିବା ଲୋକଟିର ସାମ୍ନା କରିବା ପାଇଁ ଚିନ୍ତିତ ହେବେ ।

କର୍କଟ : କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଯେଉଁ କାମଟି ହାତକୁ ନେଇଛନ୍ତି, ତାହା ହୋଇଯିବ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ ।

ସିଂହ : ବହୁତ ଦିନର ସମସ୍ୟା ଆଜି ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍ ବୁଝିବେ । ଆପଣଙ୍କ ସେବା ଓ ସାହାର୍ଯ୍ୟ ଲାଭ କରି ରୋଗୀ, ପଡୋଶୀ କିମ୍ବା ସହ ଯାତ୍ରୀଟି ଆଜି ବହୁତ ଖୁସି ହୋଇଯିବ ।

କନ୍ୟା : କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁଁ ବିଚଳିତ ବୋଧ କରିବେ । ବନ୍ଧୁ ନିଜର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଠିକ୍ ସମୟରେ ଆସିପାରିବେ । ଆର୍ଥିକ ଦିଗଟି ପୂର୍ବପରି ରହିବାର ବିଶେଷ ଆନନ୍ଦ ଅନୁଭବ କରିବେ ।

ତୁଳା : ଆପଣଙ୍କ କୌଣସି କଥାରେ ଅଭାବ ରହିବ ନାହିଁ କି କାମ ମଧ୍ୟ ଅଟକିବାର ପ୍ରଶ୍ନ ଉଠୁନି । ପାରିବାରିକ କ୍ଷେତ୍ରରେ କିଛିଟା ବ୍ୟତିକ୍ରମକୁ ସାମନା କରିବାକୁ ପଡିପାରେ ।

ବିଛା : ଆକସ୍ମିକ ଭାବରେ କୌଣସି ମହିଳାଙ୍କ ସାହାର୍ଯ୍ୟ ଓ ସହ-ଯୋଗରୁ ମାନସିକ ଅସ୍ଥିରତା ଦୂରେଇ ଯିବ । ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟ ରଖି କାମ ନ କଲେ ଅସୁବିଧାରେ ପଡିପାରନ୍ତି ।

ଧନୁ : କର୍ମକ୍ଷେତ୍ରରେ ନୀଚ ମନୋଭାବର ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ।

ମକର : ସକାଳୁ ସକାଳୁ ପାରିବାରିକ ସମସ୍ୟାରେ ମନଟା ଦୋଦୁଲ୍ୟମାନ ଅବସ୍ଥାନରେ ରହିବ । ଅଫିସ୍‌ରେ ବିବାଦ ବଢିବା କାରଣରୁ କୌଣସି ଠିକ୍ ନିଷ୍ପତ୍ତି ନେଇପାରିବେ ।

କୁମ୍ଭ : ପରିସ୍ଥିତିକୁ ଲାଘବ ଉଦ୍ଦେଶ୍ୟରେ ଅନ୍ୟମାନଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବେ । ସଭାସମିତି ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବେ । ଅପରାହ୍ନରେ ଭଲ ବନ୍ଧୁ ସାଧାରଣ କଥାରେ ବିଗିଡି ଯାଇପାରନ୍ତି ।

ମୀନ : ହାତକୁ ନେଇଥିବା କାମଟି ଶେଷ କରିବା ଲାଗି ବହୁ ପ୍ରତିରୋଧର ସାମ୍ନା କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ବନ୍ଧୁମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି ।