ମେଷ: ଅନ୍ୟର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷ ଖୁସି ହେବେ।
ବୃଷ: ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ପଡ଼ୋଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ରହିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ।
ମିଥୁନ: ଶତ୍ରୁଙ୍କୁ ପରାସ୍ତ କରିବେ। ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ। ଜୀବନସାଥୀ ଆପଣଙ୍କୁ ଭଲ ଜିନିଷ ଦେଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ।
କର୍କଟ: ଭାବିଥିବା ସବୁ କାମ ପୂରା ହେବ। ଆପଣଙ୍କ ମନ ସକାରାତ୍ମକ ରହିବ। ଧନଲାଭର ନୂଆ ରାସ୍ତା ଦୃଷ୍ଟିଗୋଚର ହେବ। ବିବାହିତ ଦମ୍ପତି ବାହାରକୁ ବୁଲି ଯିବେ।
ସି˚ହ: ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ହେବ। ମନରେ ନୂଆ ବିଚାର ଆସିବ। ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଘରକୁ କୌଣସି ବନ୍ଧୁ ଆସିବେ।
କନ୍ୟା: ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ଖୋଦ୍କୁ ପ୍ରମାଣିତ କରିବା ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପ୍ରେମ ଜୀବନ ଭଲ ରହିବ।
ତୁଳା: କ୍ୟାରିୟରରେ ପରିବର୍ତ୍ତନ ଆଣିବା ଲାଗି ଅବସର ମିଳିପାରେ।ଆପଣଙ୍କର ସ୍ବଭାବ ସକାରାତ୍ମକ ରହିବ। ପରିବାର ସହିତ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ।
ବିଛା: ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ଅଧିକ ପରିଶ୍ରମ ପରେ ବି କମ୍ ଲାଭ ମିଳିପାରେ। ଅଫିସରେ ନିଜ କାମର ଶ୍ରେୟ ଅନ୍ୟ କାହାରକୁ ଦିଅନ୍ତୁ ନାହିଁ।
ଧନୁ: କାରବାରରେ ଲାଭ ହେବାର ଯୋଗ ରହିଛି। ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ପାଇବେ।
ମକର: କାହାରି ସହିତ କଥାବାର୍ତ୍ତା ବେଳେ ବ୍ୟବହାର ନମ୍ର ରଖନ୍ତୁ। ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ପାରିବାରିକ ଜୀବନ ସୁଖକର ହେବ।
କୁମ୍ଭ: କୌଣସି ପୁରୁଣା ବନ୍ଧୁ ସହିତ ମିଶିବା ଲାଗି ଇଚ୍ଛା ହେବ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ।
ମୀନ: ବ୍ୟବସାୟରେ ଉନ୍ନତି ହେବ। ପ୍ରଭୁଙ୍କ ଧୢାନ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହେବ।