ମେଷ : ସକାଳୁ ସକାଳୁ ଶୁଭ ଖବର ପାଇଖୁସୀ ହୋଇପାରନ୍ତି । ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ । ଶତ୍ରୁତା କରିଆସୁଥିବା ଆତ୍ମୀୟସ୍ୱଜନଙ୍କ ପାଇଁଚିନ୍ତା ବଢିପାରେ । କାର୍ଯ୍ୟ ତତ୍ପର ରହିବେ । ବ୍ୟବସାୟୀରେ ଅର୍ଥ ଲାଭହେବ ।
ବୃଷ : କର୍ମକ୍ଷତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଆଜିର କୌଣସି କାମ ଅଟକିବ ନାହିଁ । ବାଣିଜ୍ୟ, ବ୍ୟବସାୟ ସୂତ୍ରରୁ ଭଲ ରୋଜଗାର କରିବେ । ଅସୁସ୍ଥ ଅନୁଭବ କରିବେ । ବ୍ୟବସାୟୀରେ ନୂଆଡିଲ୍ ମିଳିବ ।
ମିଥୁନ : ଆଶା କରୁଥିବା ବନ୍ଧୁମାନଙ୍କ ସହଯୋଗରୁ ଅର୍ଥ ଓ ସମ୍ମାନ ପାଇବେ । କାର୍ଯ୍ୟ ଦକ୍ଷତା ହେତୁ କର୍ମକ୍ଷେତ୍ରରେ ଖୁସିରହିବେ । ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି । ଚିନ୍ତାଧାରା ଉନ୍ନତ ହେବ । ସ୍ୱାଭିମାନୀ ହେବେ ।
କର୍କଟ : ବହୁ ଦିନରୁ ଭାବିଥିବା କଥାଟି ଆଜିହିଁ ସାକାରରୂପ ନେବ । କୌଣସି ଶୁଭଖବର କିମ୍ବା ମୂଲ୍ୟବାନ ଜିନିଷ ପ୍ରାପ୍ତିର ଆନନ୍ଦ ଅନୁଭବ କରିବେ । କୌଣସି ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ କିଛି ଭୁଲ୍ କାମ କରିପାରନ୍ତି । କର୍ମଜୀବି ପ୍ରଶଂସିତ ହେବେ ।
ସିଂହ : କର୍ମକ୍ଷେତ୍ରରେ ତରବର ନ ହେବା ଭଲ ହେବ । ଆତ୍ମୀୟ କିମ୍ବା ହିତୈଷୀମାନଙ୍କ ସାହାର୍ଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ।ନୂଆ ବ୍ୟବସାୟ ଲାଭ ହେବ ।
କନ୍ୟା : କର୍ମକ୍ଷେତ୍ରରେ ଜଣେବନ୍ଧୁଙ୍କ ଆକସ୍ମିକ ଆବିର୍ଭାବ ପରିସ୍ଥିତିକୁ ଏପଟ ସେପଟକରି ଦେଇପାରେ । କାର୍ଯ୍ୟରେ ସଫଳତା ହାସଲ କରିବେ, କିନ୍ତୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିବ । କର୍ମଜୀବି ସମ୍ମାନିତ ହେବେ । ଗୃହିଣୀମାନେ ମାନସିକ ଶାନ୍ତି ପାଇବେ ।
ତୁଳା : ଆଜି ଦିନଟିରେ କାମର ଚାପ ଏତେଦୂର ବଢିଯିବ ଯେ ଆପଣ ଜମା ଶାନ୍ତିରେ ରହିପାରିବେ ନାହିଁ । ଘର ଲୋକମାନଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନଥିବ । ଅର୍ଥ ହାନୀହେବ । ଥଣ୍ଡା ଜନିତ ରୋଗ ହୋଇପାରେ ।
ବିଛା : ସମସ୍ୟା ମଧ୍ୟରେ କାମ ବହୁତ କିନ୍ତୁ କୌଣସିଟା ମଧ୍ୟ ପୂର୍ଣ୍ଣାଙ୍କ ହୋଇପାରିବ ନାହିଁ । ଅତି ନିଜର ବୋଲି ଭାବୁଥିବା ବନ୍ଧୁ ହିଁ ସ୍ୱାର୍ଥବାଦୀ ହୋଇପଡିବ । କାର୍ଯ୍ୟ ତତ୍ପର ରହିବେ । ବ୍ୟବସାୟରେ ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଧନୁ : ଘରର ଅପ୍ରକାଶ୍ୟ କେତେକ ଘଟଣା ସବୁ ଶୁଣିବେ ସିନା କାହାକୁ କିଛି କାହିପାରିବେ ନାହିଁ । ନୂତନ କାମରେ ପ୍ରତିବନ୍ଧକ ଲାଗିରହିବା ଯୋଗୁଁ କାମରେ ଅଗ୍ରଗତି ହୋଇପାରିବ ନାହିଁ । ସମ୍ମାନିତ ହେବେ । ବ୍ୟବସାୟରେ ଚୌରଭୟ ଅଛି ।
ମକର : ଘରେ ହେଉ କିମ୍ବା ବାହାରେ ହେଉ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବ ଯୋଗୁଁ ବିଚଲିତ ହୋଇ ପାରନ୍ତି ।ଶ୍ରବଣା ନକ୍ଷତ୍ରର ସତ୍-ସଙ୍ଗସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ।ଧର୍ଯ୍ୟ ହାରା ହୋଇପାରନ୍ତି ।
କୁମ୍ଭ : ପରକଥାରେ ଅଯଥା ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ।ଭୁଲ୍ କାର୍ଯ୍ୟ ପଦ୍ଧତି ଅନୁସରଣ କଲେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିବେ । କଥା ଦେଇ ଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି । ଧର୍ଯ୍ୟହାରା ହୋଇପାରନ୍ତି ।
ମୀନ : ବାରମ୍ବାର ଅସଫଳତା ଲାଗି ରହିବାକାରଣରୁ ମନରେ ବିଭିନ୍ନ ପ୍ରକାରର କଳ୍ପନା ଜାଗ୍ରତ ହେବ । ତଥାପି ଧୈର୍ଯ୍ୟର ସହ ଏହିସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ । ଚିନ୍ତାଧାରା ଉନ୍ନତ ହେବ । କର୍ମଚଞ୍ଚଳ ରହିବେ ।