ମେଷ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ । ଆପଣଙ୍କର ଅଶାନ୍ତି ଜୀବନସାଥୀଙ୍କ ସହଯୋଗରେ ସମାଧାନ ହୋଇଯିବ । ଭ୍ରମଣ ସୁଖଦ ରହିବ । ପ୍ରେମ ଜୀବନ ଭଲ ରହିବ ।
ବୃଷ: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସାମନାକୁ ଆସିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ । ସାମାଜିକ କାର୍ଯ୍ୟରେ ସମୟ ଦେବେ ।
ମିଥୁନ: ଆପଣଙ୍କ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ । କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ । ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ ।
କର୍କଟ: ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ନୂଆ ଯୋଜନା କରିବେ । ଚାକିରିଜୀବୀ ଭଲ ଖବର ପାଇବେ । ବେପାର ଆଗକୁ ବଢ଼ାଇବା ଯୋଜନା କରିବେ । ଜୀବନସାଥୀଙ୍କୁ କିଛି ଭଲ କଥା କହିବେ ।
ସିଂହ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ । ଜମି ବ୍ୟବସାୟୀଙ୍କର ଭଲ ଲାଭ ହେବ । ରାଜନୀତିରେ ସଫଳତା ପାଇବେ । ଚାକିରିରେ ଉନ୍ନତି ହେବ । ବିବାହିତଙ୍କ ଲାଗି ଦିନଟି ବହୁତ ଭଲ ରହିବ ।
କନ୍ୟା: ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ପାଇବେ । ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ । ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ । ଧନଲାଭ ଯୋଗ ଅଛି ।
ତୁଳା: ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ । ଧନଲାଭର ସୁଯୋଗ ଅଛି । ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ ।
ବିଛା: ସାମାଜିକ ସମସ୍ୟା ଲୋକଙ୍କ ଆଗରେ ରଖିବେ । ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ । ଗାଡ଼ି ବାଇକ ସାବଧାନତାର ସହ ଚଳାନ୍ତୁ । ଲୋଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ ।
ଧନୁ: ବେପାରରେ ଲାଭ ପାଇବେ । ପରିବାର ଲୋକଙ୍କ ଠାରୁ କୌଣସି ଭଲ ଖବର ପାଇବେ । ଶତ୍ରୁ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ । କ୍ୟାରିୟରରେ ଆଗକୁ ବଢ଼ିବେ ।
ମକର: କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ଅଫିସ କାମରେ ଦୂରସ୍ଥାନକୁ ଯିବେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ । ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ ।
କୁମ୍ଭ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ । ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ । ନୂଆ ବାଇକ କିଣିବେ । ପରିବାର ସହ ସିନେମା ଦେଖିବାର ଯୋଜନା କରିବେ।
ମୀନ: ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ । ବେକାରଙ୍କୁ ରୋଜଗାରର ମଉକା ମିଳିବ । ଅଫିସରେ ନୂଆ ଦାୟିତ୍ବ ପାଇବେ । ଆଇନି ଛାତ୍ରଙ୍କ ଲାଗି ଦିନଟି ଭଲ ।
