ମେଷ: ଚାକିରିଜୀବୀ ଭଲ ଖବର ପାଇବେ । ଧନଲାଭ ଯୋଗ ଅଛି । ବେପାର ଆଗକୁ ବଢ଼ାଇବା ଯୋଜନା କରିବେ । ଜୀବନସାଥୀଙ୍କୁ କିଛି ଭଲ କଥା କହିବେ ।
ବୃଷ: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସାମନାକୁ ଆସିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ । ପ୍ରେମ ଜୀବନ ଭଲ ରହିବ ।
ମିଥୁନ: ଆପଣଙ୍କ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ । କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ । ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ ।
କର୍କଟ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ । ଆପଣଙ୍କର ଅଶାନ୍ତି ଜୀବନସାଥୀଙ୍କ ସହଯୋଗରେ ସମାଧାନ ହୋଇଯିବ। ଭ୍ରମଣ ସୁଖଦ ରହିବ । ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ ।
ସିଂହ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ । ଜମି ବ୍ୟବସାୟୀଙ୍କର ଭଲ ଲାଭ ହେବ । ରାଜନୀତିରେ ସଫଳତା ପାଇବେ । ଚାକିରିରେ ଉନ୍ନତି ହେବ । ବିବାହିତଙ୍କ ଲାଗି ଦିନଟି ବହୁତ ଭଲ ରହିବ ।
କନ୍ୟା: ପଡ଼ୋଶୀ ମନୋମାଳିନ୍ୟ ପାସୋରି ଆପଣଙ୍କ ସହ ବନ୍ଧୁତାର ହାତ ବଢ଼ାଇବେ। ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।
ତୁଳା: କାର୍ଯ୍ୟକ୍ଷେତ୍ରରେ କୌଣସି ବଡ଼ ଚାଲେଞ ଆସିବ। ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ। ଧନଲାଭର ସୁଯୋଗ ଅଛି। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।
ବିଛା: ସାମାଜିକ ସମସ୍ୟା ଲୋକଙ୍କ ଆଗରେ ରଖିବେ। ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ଗାଡ଼ି ବାଇକ ସାବଧାନତାର ସହ ଚଳାନ୍ତୁ। ଲୋଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।
ଧନୁ: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାର ଲୋକଙ୍କ ଠାରୁ କୌଣସି ଭଲ ଖବର ପାଇବେ। ଶତ୍ରୁ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ। କ୍ୟାରିୟରରେ ଆଗକୁ ବଢ଼ିବେ।
ମକର: କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଖାଦ୍ୟ ପାଦୀୟ ପ୍ରତି ସଜାଗ ରୁହନ୍ତୁ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।
କୁମ୍ଭ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ନୂଆ ବାଇକ କିଣିବେ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ।
ମୀନ: ପରିବାର ସହ ସିନେମା ଦେଖିବାର ଯୋଜନା କରିବେ। ସମୟର ସଦୁପଯୋଗ କରନ୍ତୁ ଲାଭ ହେବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। ଅଫିସରେ ନୂଆ ଦାୟିତ୍ବ ପାଇବେ। ଆଇନି ଛାତ୍ରଙ୍କ ଲାଗି ଦିନଟି ଭଲ।