ମେଷ : ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ । ଛାତ୍ରଛାତ୍ରୀଙ୍କ ଖୁସି ଲାଗି ଦିନଟି ନୂଆ ଅବସର ନେଇ ଆସିବ ।
ବୃଷ : ପରିବାର ସହିତ ଧର୍ମାନୁଷ୍ଠାନକୁ ସ୍ଥାନକୁ ଯାଆନ୍ତୁ ଶୁଭ ହେବ। ଅତୀତ କଥା ପାସୋରି ନୂଆ କାମ ଶୁଭାରମ୍ଭ କରନ୍ତୁ । ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ ।
ମିଥୁନ : ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ଅଧିକ ରହିବ । ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହେବେ । ଜମିରେ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ । ଶିକ୍ଷକଙ୍କ ଲାଗି ଦିନଟି ଭଲ ।
କର୍କଟ : ସାରାଦିନ କାମରେ ବ୍ୟସ୍ତ ରହିବେ । ଆପଣଙ୍କର ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଘରକୁ ଅତିଥି ଆସିପାରନ୍ତି ।
ସିଂହ : ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ । ଅଫିସରେ ସହକର୍ମୀଙ୍କ ଉପରେ ରାଗନ୍ତୁ ନାହିଁ । ବିବାହିତା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ । ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ
କନ୍ୟା : ବ୍ୟବସାୟୀଙ୍କ ଲାଗି ଲାଭଦାୟକ ରହିବ । ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁ ସହିତ ଫୋନରେ କଥା ହେବେ । କଳାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିପାରେ ।
ତୁଳା : କାରବାର ଲାଗି ଦିନଟି ଭଲ ରହିବ । ବନ୍ଧୁ ଠାରୁ ଆର୍ଥିକ ସହାୟତା ମିଳିପାରେ । ଆପଣଙ୍କ ଭଲ ବ୍ୟବହାରରେ ଅଫିସର ଲୋକ ପ୍ରଭାବିତ ହେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ।
ବିଛା : ଆପଣ ଯଥେଷ୍ଟ କାମ ସଂପୂର୍ଣ୍ଣ କରିପାରିବେ । ଆର୍ଥିକ ସ୍ଥିତି ସୁଧାର ହୋଇପାରେ । ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ । ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବା ହେତୁ ଆନନ୍ଦିତ ହେବେ ।
ଧନୁ : ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ । କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ । ଦିନଟି ଆପଣଙ୍କ ପାଇଁ ଶୁଭ ହେବ । ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ ।
ମକର : ଶାନ୍ତି ଓ ଧୈର୍ଯ୍ୟଧରି କାମ କରନ୍ତୁ ସଫଳତାର ପାହଚ ଚଢ଼ିବେ । ବାହାରକୁ ଯାତ୍ରା କରିପାରନ୍ତି । ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀ ସହ ସମୟ ଅତିବାହିତ କରିବେ ।
କୁମ୍ଭ : ଅଫିସରେ କାମ ସଂପୂର୍ଣ୍ଣ କରିବାରେ ବାଧା ଆସିପାରେ । ହେଲେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ପୂରା ହେବ । ଖେଳାଳୀଙ୍କର ପ୍ରଦର୍ଶନ ଭଲ ରହିବ । ଜମି ବେପାରୀଙ୍କ ଲାଗି ଦିନଟି ଶୁଭ ।
ମୀନ : ଚାକିରି ବୃତ୍ତିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ । ଧନଲାଭର ନୂଆ ମାର୍ଗ ଖୋଲିବ। ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ । ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ ।