ମେଷ : ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ । ଧାରରୁ ମୁକ୍ତି ପାଇବେ, ଆପଣଙ୍କ ଚିନ୍ତା ଶେଷ ହେବ । ସାମାଜିକ କାର୍ଯ୍ୟରେ ଯୋଡ଼ି ରହିଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ ।
ବୃଷ : ଏକାଗ୍ର ମନରେ କରିଆସୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ । କମରୁ କମ୍ ସମୟ ଭିତରେ କାମ ସାରିବାକୁ ଚେଷ୍ଟା କରନ୍ତୁ । ନୂଆ ହାଉସିଙ୍ଗ ପ୍ରୋଜେକ୍ଟ ଲଞ୍ଚ କରିପାରନ୍ତି ।
ମିଥୁନ : ନୂଆ କୌଶଳ ଶିଖିବାକୁ ବିଚାର କରିପାରନ୍ତି । ବେପାରରେ ଆଶାଠୁ ଅଧିକ ଲାଭ ପାଇବେ । ଘର ଲୋକଙ୍କ ସହିତ ସିନେମା ଦେଖିବାକୁ ଯୋଜନା କରି ପାରନ୍ତି । ଜୀବନସାଥୀ ଠାରୁ ଉପହାର ପାଇବେ ।
କର୍କଟ : ଟଙ୍କାପଇସା ମମଲାରେ ଅଣଦେଖା କରନ୍ତୁ ନାହିଁ । କୌଣସି ପାଖ ଲୋକଙ୍କ ଠାରୁ ଲାଭକାରୀ ପରାମର୍ଶ ପାଇବେ । ଶିକ୍ଷାର୍ଥୀଙ୍କ ଲାଗି ଦିନଟି ସାମାନ୍ୟ ରହିବ ।
ସିଂହ : ପ୍ରତିଟି ଅଶାନ୍ତିର ସମାଧାନ ଆଖି ପିଛୁଳାକେ ବାହାରି ଯିବ । ଆପଣଙ୍କ କାମ ସରଳ ଉପାୟରେ ହେବାକୁ ରହିବ । ସମାଜରେ ନାମ ଉଚ୍ଚା ହେବ । ପାଖ ଲୋକଙ୍କ ଠାରୁ ଉପହାର ପାଇବେ ।
କନ୍ୟା : ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ । କାର୍ଯ୍ୟରେ ରାଜନୀତିକ ସମ୍ବନ୍ଧରୁ ଫାଇଦା ହେବ । ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
ତୁଳା : କତୃପକ୍ଷ ଆପଣଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାକୁ କହିବେ । ବ୍ୟବସାୟ ଭଲ ଚାଲିବ । ଶତ୍ରୁଙ୍କୁ ପରାସ୍ତ କରିବେ । ଡ଼ିପ୍ଲମା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ ।
ବିଛା : ବ୍ୟବସାୟରେ ଭଲ ଲାଭ ହେବ । କୌଣସି ଜରୁରୀ ଅଧିବେଶନରେ ସାମିଲ ହେବେ । ଅସହାୟଙ୍କୁ ସାହାଯ୍ୟ କରି ଖୁସି ଅନୁଭବ କରିବେ । ପାରିବାରିକ ଜୀବନ ସୁଖକର ହେବ ।
ଧନୁ : ଅଧିକତର ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗତିବିଧିରେ ବ୍ୟସ୍ତ ରହିବେ । ବେପାରରେ ଆଗକୁ ବଢ଼ିବା ପାଇଁ କିଛି ଏଭଳି ଯୋଜନା ପ୍ରସ୍ତୁତ କରିବେ ଯାହାଦ୍ବାରା ଲାଭ ହି ଲାଭ ହେବ । ଛାତ୍ର କୌଣସି ବିଷୟ ଶାନ୍ତିରେ ବିଚାର କରିବେ ।
ମକର : ବ୍ୟାଙ୍କରେ କାମ କରୁଥିବା ଲୋକ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜର କାମ ପୂରା କରିଦେବେ । ରାଜନୀତିକ ଲୋକଙ୍କ ସହିତ ଲାଭଦାୟକ ସାକ୍ଷାତ ହେବ । ବନ୍ଧୁ ସହିତ ଫୋନରେ କଥା ହୋଇ ସମୟ ବିତାଇବେ ।
କୁମ୍ଭ : ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରି ପାରନ୍ତି । ଖେଳକୁଦ କ୍ଷେତ୍ରରେ ବିଦ୍ୟାର୍ଥୀ ଭଲ ମଉକା ପାଇବେ । ଦୀର୍ଘ ସମୟ ସୁସ୍ଥ ରହିବା ଲାଗି ଉଚିତ ଖାଦ୍ୟ ଭୋଜନ କରନ୍ତୁ ।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ । ପ୍ରତିଟି ଛୋଟ କଥା ଉପରେ ଅଧିକ ନ ଭାବିଲେ ଆପଣଙ୍କ ଜୀବନ ସହଜ ହେବ । ନୂଆ ବ୍ୟବସାୟ ସଉଦା ପାଇଁ ସୁଯୋଗ ପାଇବେ । ଡ଼ାକ୍ତରୀ ଛାତ୍ରୀଙ୍କ ଲାଗି ଦିନଟି ଭଲ ।