ମେଷ: ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ । କାର୍ଯ୍ୟ ବ୍ୟସ୍ତତାରେ ରହିବା ଯୋଗୁଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରିବେ ନାହିଁ ।
ବୃଷ: ଆପଣ ନିଜ କଥାରେ ଲୋକଙ୍କ ମନକୁ ମନାଇ ନେଇପାରିବେ । ଅନଲାଇନି ବେପାରୀଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ । ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ଅସୁବିଧା ଦୂର ହେବ ।
ମିଥୁନ: ଆପଣଙ୍କୁ ନିଜ ପ୍ରତିଭାରେ ଯଥେଷ୍ଟ ଲାଭ ମିଳିବ । ଜମି ସମସ୍ୟା ସମାଧାନ ହୋଇଯିବ । ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ଆଜି ଆପଣ କାହାରିକୁ ସାହାଯ୍ୟ କରିବେ ।
କର୍କଟ: ବେପାରରେ ଭଲ ପ୍ରଗତି ହେବ । ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଦିନଟି ଭଲ । ପ୍ରେମ ଜୀବନ ମଧୁର ହେବ ।
ସିଂହ: ଚାକିରିରେ ନୂଆ ଦାୟିତ୍ବ ପାଇବେ । ଅଚାନକ କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ । ଭୁଲ୍ ଠିକର ପାର୍ଥକ୍ୟ ବୁଝି ଉଚିତ ନିର୍ଣ୍ଣୟ ନିଅନ୍ତୁ । ଜମିରେ ନିବେଶ ପାଇଁ ଦିନଟି ଭଲ ରହିବ ।
କନ୍ୟା: କୌଣସି କାମକୁ ନୂଆକରି ମୂଳରୁ ଆରମ୍ଭ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ପରିବାରରେ ଅଶାନ୍ତି କମ୍ ହେବ । ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ ।
ତୁଳା: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହାଦ୍ବାରା ଆମଦାନି ବୃଦ୍ଧି ହେବ । ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ଆପଣଙ୍କ ଜୀବନ ଆନନ୍ଦମୟ ହେବ ।
ବିଛା: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କ ଯୋଗ୍ୟତାରେ ଆପଣଙ୍କ ପରିବାରର ନାମ ଉଜ୍ଜ୍ବଳ କରିବେ । ବ୍ୟବସାୟରେ ନୂଆ ସୁଯୋଗ ପାଇବେ ।
ଧନୁ: କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯିବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଚାକିରିଜୀବୀଙ୍କର ଦୂରସ୍ଥାନକୁ ବଦଳି ହୋଇପାରେ ।
ମକର: ଜୀବନକୁ ଭଲ ଢ଼ଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ । ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ । ବ୍ୟବସାୟ ବିଷୟରେ ବନ୍ଧୁ ସହିତ କଥାବର୍ତ୍ତା ହେବେ । ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ ।
କୁମ୍ଭ: ପୂର୍ବରୁ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ । ଆପଣ ନିଜର ବିଚାର ଓ ଯୋଜନାକୁ କ୍ରିୟାନ୍ବିତ କରିବା ପାଇଁ ଲଗାତାର ପ୍ରୟାସ କରିବେ । ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ ।
ମୀନ: ମନ ଅଶାନ୍ତି ମୁକ୍ତ ରହିବ । ମହତ୍ବପୂର୍ଣ୍ଣ କଥା ଲୋକମାନଙ୍କ ସହିତ ଆଲୋଚନା କରିବାର ଅବସର ପାଇବେ । ଷ୍ଟିଲ୍ ବ୍ୟବସାୟୀଙ୍କ ହାତକୁ ବଡ଼ କାମ ଆସିବ । ଅଫିସ କାମରେ ଦୂରସ୍ଥାନକୁ ଯିବେ ।