ନୂଆଦିଲ୍ଲୀ, ୨୮/୦୧ : ମହାରାଷ୍ଟ୍ର ବାରାମତିରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଅଜିତ ପାୱାରଙ୍କ ନିଧନରେ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ନିଧନରେ ୩ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଇଛି । ଅଜିତ ପାଓ୍ବାରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୋ ଦମଦାର ଏବଂ ଦିଲଦାର ସାଙ୍ଗ ଚାଲିଗଲା । ଅଜିତଙ୍କ ଚାଲିଯିବା ମୋ ପାଇଁ ବ୍ୟକ୍ତିଗତ କ୍ଷତି । ଏହା ମହାରାଷ୍ଟ୍ର ପାଇଁ ମୁସ୍କିଲର ସମୟ । ଅଜିତଙ୍କ ଯିବାରେ ପାୱାର ପରିବାରକୁ ବଡ଼ ଝଟକା ଲାଗିଛି । ମହାରାଷ୍ଟ୍ର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା । ସେ ସଂଘର୍ଷ କରୁଥିବା ନେତା ଥିଲା । ତାଙ୍କ ନିଧନରେ ୩ ଦିନିଆ ରାଜକୀୟ ଶୋକ ଘୋଷଣା କରାଯାଇଛି । ଏକନାଥ ସିନ୍ଦେ ମଧ୍ୟ ଅଜିତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆଜିର ଦିନ ମହାରାଷ୍ଟ୍ର ପାଇଁ କଳା ଦିନ । ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଏହି ଘଟଣା ସମସ୍ତଙ୍କୁ କଷ୍ଟ ଦେଇଛି । ଅଜିତ ଦାଦାଙ୍କ ପରିବାର ପାଇଁ ଦୁଃଖଦ ସମୟ । ସେ ଜଣେ ସ୍ପଷ୍ଟ ବକ୍ତା ଥିଲେ ।