ନୂଆଦିଲ୍ଲୀ, ୨୨/୯: ବଲିଉଡରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଶାନ୍ତ ସିଂ ରାଜପୁତ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ ଚାଲିଛି। ଏହି ମାମଲାରେ ଡ୍ରଗ୍ ସଂଯୋଗ ଆସିବା ପରେ ବଲିଉଡର ଅନେକ ବଡ ନାମ ପ୍ରକାଶ ପାଇଛି। ଅନେକ ନାମୀ ଦାମୀ ହସ୍ତୀ ଏବିଷୟରେ ନିଜର ମତାମତ ସୋସିଆଲ ମେଡିଆ ମାଧ୍ୟାମେରେ ଦେଉଛନ୍ତି। ବଲିଉଡରେ ପରିଚୟ ସୃଷ୍ଟି କରିବାକୁ ଚାହୁଁଥିବା ଭୋଜପୁରୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ଅକ୍ଷରା ସିଂହ ନିକଟରେ ଡ୍ରଗ୍ସ କନେକସନ ମାମଲାରେ ମୁହଁ ଖୋଲିଛନ୍ତି।
ସେ କହିଛନ୍ତି ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ନିଆଯାଏ। ଏହା ଦ୍ୱାରା ସୋସାଇଟି ହାଇପ୍ରୋଫାଇଲ ବୋଲି ବିଚାର କରାଯାଏ। ମୁମ୍ବାଇରେ ଏହା ବେଶୀ ଦେଖିବାକୁ ମିଳେ। ଏବେ ଉଚିତ ସମୟ ଏସବୁ ସତ ସାମ୍ନାକୁ ଆଣିବାର। ଏଣୁ ତଦନ୍ତ ତୁରନ୍ତ ହେବା ଦରକାର। ଇଣ୍ଡଷ୍ଟ୍ରିରେ ଗ୍ରୁପିଜିମ ଅଛି। ଏଥିରେ ଯେତେ ବଡ଼ ବଡ଼ ଲୋକ ଅଛନ୍ତି ସମସ୍ତେ ଗୋଟିଏ ଗ୍ରୁପରେ ରହନ୍ତି ଓ ପାର୍ଟି କରନ୍ତି। ଏହା ସହ ଡ୍ରଗ୍ସ ମଧ୍ୟ ନିଅନ୍ତି। ଯଦି ସେମାନଙ୍କ ବିରୋଧରେ ଜଣେ କି ଦୁଇଜଣ ସ୍ୱର ଉତ୍ତୋଳନ କରନ୍ତି ତାହାଲେ ସେମାନଙ୍କ ସ୍ୱର ଚାପି ଦିଆଯାଏ। ସେମାନଙ୍କୁ ବଏକଟ୍ କରିଦିଆଯାଏ। ଏବେ ବି କେତେଜଣ ପରସ୍ପରକୁ ବଞ୍ଚାଇବାକୁ ଆସୁଛନ୍ତି।
ପୂର୍ବରୁ ଅକ୍ଷରା କହିଥିଲେ ଟିଭି ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ନେବା ଖୁବ୍ ସାଧାରଣ କଥା। ସେଟ୍ରେ ଲୋକମାନେ ତାଙ୍କ ସାମ୍ନାରେ ଡ୍ରଗ୍ସ ନେଉଥିବା ଦେଖିଥିବା ମଧ୍ୟ ସେ ସ୍ୱୀକାର କରିଥିଲେ।