୨୩ କିଲୋ ଗଂଜେଇ ଜବତ, ୧ ଗିରଫ

କେନ୍ଦ୍ରାପଡା,୨୮/୮ : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଂଚଳରେ ଅବକାରୀ ବିଭାଗ ଆଢୁଆଳରେ ଦିନକୁ ଦିନ ଚୋରା ନିଶା କାରବାର ବୃଦ୍ଧି ପାଉଛି l ଏହିଭାବେ ଶୁକ୍ରବାର ଦିନ ଆଳି ଟେଲିପାଟଣା ରେ ଚୋରା ଗଂଜେଇ ବିକ୍ରୀର ଖବର ଅବକାରୀ ବିଭାଗ ପାଖରେ ପହଞ୍ଚିଥିଲା l ତତକ୍ଷଣାତ ସ୍ଥାନୀୟ ଅବକାରୀ ଅଧିକାରୀ ଅମରେନ୍ଦ୍ର ଶତପଥୀ ଙ୍କ ତତ୍ୱାବଧାନରେ ଏକ ଅବକାରୀ ଟିମ ଚଢ଼ାଉ କରି ଥିଲେ l ଚଢ଼ାଉ ବେଳେ ଅବକାରୀ ଟିମ ଚୋରା ବେପାରୀ ମନୋଜ ଙ୍କ ଘରୁ ବେଆଇନ ୨୩ କେଜି ଗଂଜେଇ ଜବତ କରିବା ସହିତ ବେପାରୀଙ୍କୁ ଗିରଫ କରିଛି l ପରବର୍ତ୍ତୀ ସମୟରେ ବେପାରୀ ମନୋଜକୁ ଅବକାରୀ କର୍ମଚାରୀ କୋର୍ଟ ଚାଲାଣ କରିଥିବାର ଜଣାପଡିଛି l