ମା’ ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ: ସୋସିଆଲ ମିଡିଆରେ ଫଟୋ ସେୟାର କରି ଦେଲେ ଖୁସିଖବର

ମୁମ୍ବାଇ: ବାହାଘରର ୨ ମାସ ପରେ ଖୁସି ଖବର ଦେଇଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ ଘରକୁ ଖୁବଶିଘ୍ର ଆସିବାକୁ ଯାଉଛି ନୂଆ ଅତିଥି। ଆଲିଆ ଭଟ୍ଟ ମାଆ ହେବାକୁ ଯାଉଛନ୍ତି ବୋଲି ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ଲେଖିଛନ୍ତି ଘରକୁ ଆମ ବେବି ଶୀଘ୍ର ଆସୁଛି । ରଣବୀର ଓ ଆଲିଆ ଦୁଇରୁ ତିନି ହେବାକୁ ଯାଉଛନ୍ତି । ଆଲିଆଙ୍କ ଏହି ଇନଷ୍ଟ୍ରାଗ୍ରାମ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । ପ୍ରଂଶସକଙ୍କ ସହ ସେଲିବ୍ରିଟି ଆଲିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଚଳିତବର୍ଷ ଏପ୍ରିଲ୍ ୧୪ରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ହୋଇଥିଲା । ଆଲିଆଙ୍କ ପ୍ରେଗେନ୍ସି ଖବର ଜଣାପଡ଼ିବା ପରେ ୨ ପରିବାରରେ ଖୁସିର ମାହୋଲ ଖେଳି ଯାଇଛି । ଆଲିଆ ଇନଷ୍ଟା ପୋଷ୍ଟରେ ୨ଟି ଫଟୋ ସେୟାର୍ କରିଛନ୍ତି । ପ୍ରଥମ ଫଟୋରେ ହସ୍ପିଟାଲରେ ବେଡରେ ଅଛନ୍ତି ଆଲିଆ । ତାଙ୍କର ସୋନୋଗ୍ରାଫି ହୋଇଛି । କମ୍ପ୍ୟୁଟର ସ୍କିନରେ ଛୁଆକୁ ଦେଖି ଆଲିଆ ବେଶ୍ ଖୁସିଥିବା ନଜର ଆସିଛନ୍ତି ।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ତେବେ ଆଲିଆଙ୍କ ସମ୍ମୁଖରେ ରଣବୀର କପୁର ବସିଥିବା ଭଳି ଲାଗୁଛି । ଆଲିଆ ଆଉ ଏକ ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ ସିଂହୀ ସହ ଆଉ ଏକ ଛୁଆର ଫଟୋ ରହିଛି । ଏହାର ଅର୍ଥ ଆଲିଆ ଭଟ୍ଟଙ୍କ ପରିବାର ପୂରା ହେବାକୁ ଯାଉଛି । ଏହି ପୋଷ୍ଟରେ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ ଆଲିଆ ଏବଂ ରଣବୀର ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ। ନିକଟରେ ଟ୍ରେଲର ଲଞ୍ଚ ସମୟରେ ରଣବୀର କହିଥିଲେ ଯେ ତାଙ୍କ ପାଇଁ ଏହା ବହୁତ ଭଲ ବର୍ଷ। ବର୍ତ୍ତମାନ ଆଲିଆ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି।