ଭୟଙ୍କର ମର୍ମନ୍ତୁଦ ସଡକ ଦୁର୍ଘଟଣା : ପାଞ୍ଚ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୩/୦୯ : ଉତ୍ତର ପ୍ରଦେଶର ଆଲିଗଡ଼-କାନପୁର ହାଇୱେର ଗୋପୀ ଓଭରବ୍ରିଜରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଡିଭାଇଡର୍ ପାର ହୋଇ ସାମ୍ନା ପାଖରୁ ଆସୁଥିବା କ୍ୟାଣ୍ଟର ସହିତ ଧକ୍କା ହୋଇଛି। ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। କାରରେ ଥିବା ଜଣଙ୍କୁ ଦେଖଣାହାରୀମାନେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଯାଇଛନ୍ତି। ଭୁଲ ପାର୍ଶ୍ୱରୁ ଡିଭାଇଡର୍ ପାର ହେଉଥିବା ସମୟରେ କାରଟି କ୍ୟାଣ୍ଟର ସହିତ ଧକ୍କା ହୋଇଥିଲା। ସକାଳ ପ୍ରାୟ ୫ଟା ୪୫ରେ ଆକ୍ରବାଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଅଗ୍ନିଶମ ଗାଡ଼ି ମଧ୍ୟ ବହୁତ ବିଳମ୍ବରେ ପହଞ୍ଚିଥିଲା। କାରଟି ଆଲିଗଡ଼ରୁ କାନପୁର ଅଭିମୁଖେ ଯାତ୍ରା କରୁଥିଲା। ଦୁର୍ଘଟଣାର କାରଣ ଡ୍ରାଇଭର ଶୋଇପଡ଼ିବା କିମ୍ବା କାର ନିୟନ୍ତ୍ରଣ ହରାଇବା ବୋଲି ଅନୁମାନ କରାଯାଉଛି। ମୃତଦେହଗୁଡ଼ିକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ। ଏସ୍ ପି ଗ୍ରାମୀଣ ଅମୃତ ଜୈନ ଏବଂ ନିକଟସ୍ଥ ପୋଲିସ ଷ୍ଟେସନର ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

SBI_Festive_Digital Billboard