ଭୁବନେଶ୍ଵର, ୦୧/୦୮ : ଆସନ୍ତାକାଲି ବନ୍ଦ ରହିବ ସମସ୍ତ ଡ଼ାକଘର। ଡାକ ବିଭାଗରେ ନୂତନ ଭାବେ ଏସ୍ଏପି ସଫ୍ଟୱେର୍ ବଦଳରେ ନିଜସ୍ବ ନିର୍ମିତ ଏପିଟି-୨.୦ ସଫ୍ଟୱେର୍ ପ୍ରଚଳିତ ହେବ। ତେବେ ପ୍ରଥମ କରି ଏହାକୁ ଟେଷ୍ଟିଙ୍ଗ କରାଯିବ। ତେଣୁ ଏହି ସଫ୍ଟୱେର ଖୋର୍ଦ୍ଧା ଜିଲ୍ଲା ଅଧୀନସ୍ଥ ସମସ୍ତ ଡାକଘରେ ଆସନ୍ତା ମାସରୁ ପ୍ରଚଳନ କରିବାକୁ ବିଭାଗ ସ୍ଥିର କରିଛି। ଏହି ସଫ୍ଟୱେର୍ ପ୍ରଚଳନ ଦ୍ବାରା ଡାକସେବା ଅଧିକ ତ୍ବରାନ୍ବିତ ହେବା ସହିତ ନେଟୱର୍କ ଜନିତ ସମସ୍ୟାକୁ ତତ୍କ୍ଷଣାତ୍ ସମାଧାନ କରିହେବ ବୋଲି ଭୁବନେଶ୍ଵର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀଚରଣ ପାଢ଼ୀ ସୂଚନା ଦେଇଛନ୍ତି । ଭୁବନେଶ୍ଵର ଡାକମଣ୍ଡଳର ସମସ୍ତ ପ୍ରାକ୍ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଗଷ୍ଟ ୪ତାରିଖରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସମସ୍ତ ଡାକଘରେ ଏପିଟି-୨.୦ ସଫ୍ଟୱେର୍ କାର୍ଯ୍ୟକ୍ଷମ ହେବ। ତେବେ ସଫ୍ଟୱେର ଅବଡେଟ ପାଇଁ ଅଗଷ୍ଟ ୨ତାରିଖ ଅର୍ଥାତ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ବର ଡାକମଣ୍ଡଳ ଅନ୍ତର୍ଗତ ସମସ୍ତ ଡାକଘର ବନ୍ଦ ରହିବ ବୋଲି ନିର୍ଦେଶ ଦିଆଯାଇଛି। ଏଥିପାଇଁ ଡାକଘରର ସମସ୍ତ ଅଧିକାରୀ ମାନେ ଯୋଗଦେବେ। ଏହି ସଫ୍ଟୱେର୍ ପ୍ରଚଳନ ହେବା ପରେ ଡାକସେବା ଅଧିକ ତ୍ବରାନ୍ବିତ ହେବ। ସମସ୍ତେ ଏହାର ଉପକାରିତା ମଧ୍ୟ ନେଇ ପାରିବେ।